ମଧ୍ୟପ୍ରଦେଶରେ ୬ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା

ଭୋପାଳ: ମଧ୍ୟପ୍ରଦେଶରେ ଜଣେ ୬ ବର୍ଷୀୟା ଶିଶୁକୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା କରାଯିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମଧ୍ୟପ୍ରଦେଶ ଗ୍ଵାଲିୟରର କାମ୍ପୁ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ପରିବାର ସଦସ୍ୟଙ୍କ ସହ ଗତ ବୁଧବାର ଦିନ ଏକ ବିବାହ ଉତ୍ସବକୁ ଯାଇଥିବା ଉକ୍ତ ଶିଶୁ କନ୍ୟାଟି ବିବାହ ସ୍ଥଳରେ ପରିବାର ସଦସ୍ୟଙ୍କ ନିକଟରେ ଶୋଇଥିଲା। ତେବେ ମଧ୍ୟରାତ୍ରିରେ ତାକୁ ଶୋଷ ଲାଗିବାରୁ ସେ ଘର ସମ୍ମୁଖରେ ଏକ ନଳକୂପ ନିକଟକୁ ପାଣି ପିଇବାକୁ ଯାଇଥିଲା। କିନ୍ତୁ ଅନେକ ସମୟ ପର୍ଯ୍ୟନ୍ତ ଝିଅ ନଫେରିବାରୁ ପରିବାର ସଦସ୍ୟ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନଥିଲା। ଆଜି ଗ୍ରାମ ନିକଟସ୍ଥ ଏକ ବୁଦାରୁ ଶିଶୁଟିର ଶବ ଉଦ୍ଧାର ହୋଇଥିଲା। ଶିଶୁଟିକୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି ।

ସମ୍ବନ୍ଧିତ ଖବର