ମିଃ ବିନ୍‌ ମୃତ କି ? ସାବଧାନ ଏହା ଏକ ମାରାତ୍ମକ କମ୍ପ୍ୟୁଟର ଭାଇରସ ହୋଇପାରେ

ଲଣ୍ଡନ: ପ୍ରସିଦ୍ଧ ବ୍ରିଟିଶ ଅଭିନେତା ରୋଓ୍ଵାନ ଆଟକିନସନ ଓରଫ ମିଃ ବିନ୍‌ ଙ୍କ ମୃତ୍ୟୁ ହୋଇଯାଇଥିବା ଏକ ଖବର ସୋସିଆଲ ମିଡିଆ ଓ ଇଣ୍ଟରନେଟରେ ବୁଲିଛି । କିନ୍ତୁ ସାବଧାନ ! ଏହା ଏକ ମିଛ ଖବର । ଖାଲି ମିଛ ଖବର ନୁହେଁ । ଏକ ମାରାତ୍ମକ ଭାଇରସ । ଏହି ଭାଇରସ ଆପଣଙ୍କ କମ୍ପ୍ୟୁଟରର ସବୁତକ ଡାଟା ଚୋରାଇ ନେବ । ଗତ ବର୍ଷେ ହେଲା ବିଭିନ୍ନ ସମୟରେ ଆଟକିନସନଙ୍କ ମୃତ୍ୟୁ ଖବରର ଗୁଜବ ଉଡିଚାଲିଛି । କିନ୍ତୁ ଏଥର ସ୍ଥିତି ଟିକିଏ ସଂଗୀନ । ଏଥର ଏହି ଗୁଜବ ହ୍ୟାକରମାନେ ଉଡାଇଛନ୍ତି । ଇଣ୍ଟରନେଟ ବା ସୋସିଆଲ ମିଡିଆରେ ଏକ ଖବର ଆସୁଛି ଯେ ମିଃ ବିନ୍‌ଙ୍କର ମୃତ୍ୟୁ ହୋଇଯାଇଛି । ଫକ୍ସ ନ୍ୟୁଜ ନାମରେ ଏହି ନ୍ୟୁଜଟି ଆସୁଛି । ଆପଣ ଯଦି ଉକ୍ତ ନ୍ୟୁଜ ଉପରେ କ୍ଲିକ କରନ୍ତି ତେବେ ହଠାତ ତାହା ଆପଣଙ୍କ କମ୍ପ୍ୟୁଟରକୁ ଅଚଳ( ହ୍ୟାଙ୍ଗ) କରିଦେବ ବା ଏକ ଏରର ପେଜ୍‌ ଦେଖାଯିବ । ଉକ୍ତ ଏରର ପେଜ ତଳେ ଏକ ନମ୍ବର ଲେଖାଥିବ । ଆପଣ ଉକ୍ତ ନମ୍ବରକୁ ଫୋନ କଲେ ଆପଣଙ୍କ କ୍ରେଡିଟ କାର୍ଡ ଓ ଅନ୍ୟାନ୍ୟ ନମ୍ବର ମାଗିବ । ଏହା ଦେଲେ ଆପଣଙ୍କ ସବୁତକ ଡାଟା, ବ୍ୟାଙ୍କ ଡିଟେଲ ଆଦି ହ୍ୟାକ୍‌ ହୋଇଯିବ ।

ସମ୍ବନ୍ଧିତ ଖବର