ସରକାରୀ ସ୍କିମଗୁଡିକର ଲାଭ ଉଠାଇବାକୁ ଉଦ୍ୟୋଗୀଙ୍କୁ ଶିଳ୍ପ ନିର୍ଦେଶକଙ୍କ ଆହ୍ୱାନ

ଭୁବନେଶ୍ୱର: ରାଜ୍ୟ ଶିଳ୍ପ ନିର୍ଦେଶକ ପ୍ରଣବ ଜ୍ୟୋତି ନାଥ କହିଛନ୍ତି ଯେ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା (ଏମ୍ଏସ୍ଏମ୍ଇ)ଗୁଡ଼ିକୁ   ପ୍ରକୋରମେଣ୍ଟ     କ୍ଷେତ୍ରରେ ବହୁତ ଭଲ କାମ କରୁଛନ୍ତି । ମାତ୍ର ସରକାରୀ ସ୍କିମଗୁଡ଼ିକର ଲାଭ ହାସଲ କରିବାରେ ସେମାନେ ଏତେଟା ସକ୍ରିୟ ନାହାନ୍ତି । ଭୁବନେଶ୍ୱରର ଇଡ୍କଲ୍ ଅଡିଟୋରିୟମ୍ ଠାରେ ଓଡ଼ିଶା ଆସୋସିଏସନ୍ ଅଫ୍ ଏସ୍ଏମ୍ଇ (ଓସ୍ମି) ପକ୍ଷରୁ ଆୟୋଜନ କରାଯାଇଥିବା ଓଡ଼ିଶା ଏମ୍ଏସ୍ଏମ୍ଇ ମିଟ୍ ୨୦୧୯ର ଉଦଯାପନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ସେ ଏହା କହିଛନ୍ତି ।

ସେ କହିଲେ, ଉଦ୍ୟୋଗୀ ବିକାଶ ଲାଗି ସରକାର ଅନେକ ସ୍କିମ୍ ଘୋଷଣା କରିଛନ୍ତି । ମାତ୍ର ସେହି ସ୍କିମ୍ଗୁଡ଼ିକର ଲାଭ ଉଠାଇବା ଲାଗି ନୂଆ ଉଦ୍ୟୋଗୀମାନେ ଆଗେଇ ଆସୁନାହାନ୍ତି । ସେଥିପାଇଁ ସରକାରୀ ସ୍ତରରେ ଉଦ୍ୟୋଗୀମାନଙ୍କ ଅନେକ ଆବେଦନ ଖାରଜ ହୋଇଯାଉଛି । ସରକାରୀ ସ୍କିମ୍ଗୁଡ଼ିକର ଲାଭ ହାସଲ କରିବା ଲାଗି ଉଦ୍ୟୋଗୀମାନେ ଆହୁରି ଉତ୍ସାହର ସହ ଆଗେଇ ଆସିବା ଦରକାର ବୋଲି ସେ କହିଛନ୍ତି ।

 

ସମ୍ବନ୍ଧିତ ଖବର