ମୁଜାଫରପୁର ଦୁଷ୍କର୍ମ ମାମଲା: ଆଶ୍ରୟ ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା

ପୂର୍ବତନ ମନ୍ତ୍ରୀ ମଂଜୁ ବର୍ମା ଆତ୍ମସମର୍ପଣ କଲେ

ପାଟନା: ମୁଜାଫରପୁର ଆଶ୍ରୟସ୍ଥଳ ଦୁଷ୍କର୍ମ ମାମଲାରେ ସିବିଆଇ ତଦନ୍ତରୁ ଆଜି ଏକ ନୂଆ ଘଟଣାର ପର୍ଦ୍ଦାଫାସ ହୋଇଛି। ତଦନ୍ତରୁ ଜଣାପଡ଼ିଛି ଯେ ଆଶ୍ରୟସ୍ଥଳରେ ୩ ଜଣ ବାଳିକାଙ୍କ ରହସ୍ୟଜନକ ମୃତ୍ୟୁ ହୋଇଥିଲା ଏବଂ ୪ ଜଣ ବାଳିକାଙ୍କୁ ଉତ୍ତର ବିହାର ସହରର ବିଭିନ୍ନ ବିୟୁଟି ପାର୍ଲରକୁ ପଠାଯାଇଥିଲା। ନାବାଳିକାମାନଙ୍କୁ ନିଶା ଇଂଜେକ୍ସନ ଦେଉଥିବା ଜଣେ ଡାକ୍ତର ଅଶ୍ବିନୀ କୁମାରଙ୍କୁ ମଧ୍ୟ ଆଜି ସିବିଆଇ ଗିରଫ କରିଛି। ଡାକ୍ତରଙ୍କୁ ଜେରାରୁ ଅନେକ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଅନ୍ୟପକ୍ଷରେ ଏହି ମାମଲାରେ ଆଜି ପୂର୍ବତନ ମନ୍ତ୍ରୀ ମଂଜୁ ବର୍ମା ଅଦାଲତରେ ଆତ୍ମସମର୍ପଣ କରିଛନ୍ତି। ଆଶ୍ରୟସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ତଦନ୍ତରୁ ଜଣାପଡ଼ିଛି। ଆଶ୍ରୟସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ମୁଜାଫରପୁର ପୁଲିସ ୨୦୧୩ ମସିହାରେ ମାମଲା ରୁଜୁ କରିଥିଲା ବୋଲି ସିବିଆଇ ତଦନ୍ତରୁ ଜଣାପଡ଼ିଛି। ଏସକେଏମ୍‌ସିଏମ୍‌ (ଶ୍ରୀ କ୍ରିଷ୍ଣା ମେଡିକାଲ୍‌ କଲେଜ୍‌ ଆଣ୍ଡ୍ ହସ୍ପିଟାଲ୍‌) ରେ ଶବ ବ୍ୟବଚ୍ଛେଦ ହୋଇଥିଲା। କିନ୍ତୁ ଏହାପରେ ମଧ୍ୟ ୨୦୧୫ ଏବଂ ୨୦୧୭ ମସିହାରେ ଆଶ୍ରୟସ୍ଥଳରେ ୩ ଜଣ ବାଳିକାଙ୍କ ରହସ୍ୟଜନକ ମୃତ୍ୟୁ ହୋଇଥିଲା। ଏନେଇ ପୁଲିସରେ କୌଣସି ମାମଲା ରୁଜୁ ହୋଇନାହିଁ।

ସମ୍ବନ୍ଧିତ ଖବର