ଏସ୍‌ପି-ବିଏସ୍‌ପି ମେଣ୍ଟକୁ ନେଇ ବର୍ଷିଲେ ମୁଲାୟମ

ସପାକୁ ନିଜ ଲୋକ ହିଁ ଶେଷ କରିଦେବେ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି (ସପା) ଏବଂ ବହୁଜନ ସମାଜ ପାର୍ଟି (ବସପା) ମଧ୍ୟରେ ହୋଇଥିବା ମେଣ୍ଟକୁ ଆଜି ସପା ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ତୀବ୍ର ସମାଲୋଚନା କରିଛନ୍ତି। ପୁଅ ତଥା ସପା ସୁପ୍ରିମୋ ଅଖିଳେଶ ଯାଦବଙ୍କ ପଦକ୍ଷେପକୁ ବିନାଶକାରୀ ବୋଲି ଦର୍ଶାଇ ମୁଲାୟମ କହିଛନ୍ତି ଯେ ତାଙ୍କ ନିଜ ଲୋକମାନେ ହିଁ ସପାକୁ ଶେଷ କରିଦେବାକୁ ବାହାରିଛନ୍ତି। ବସପା ସହ ମେଣ୍ଟ ସପା ସ୍ବାର୍ଥରେ କିମ୍ବା ରାଜ୍ୟ ସ୍ବାର୍ଥରେ ନୁହେଁ ବୋଲି ମତ ଦେଇ ସେ କହିଛନ୍ତି ଯେ ଏଭଳି ମାରାତ୍ମକ ଭୁଲ୍‌ କରି ଦଳ ଏବେ ପସ୍ତାଇବାକୁ ଯାଉଛି । ଦଳର ଆସନ ସଂଖ୍ୟା ଏବେ ୫୦ ପ୍ରତିଶତ କମିଯାଇଥିବାରୁ ଦଳରେ ବଡ଼ ଧରଣର କନ୍ଦଳ ଆରମ୍ଭ ହେବ ଏବଂ ଏହାକୁ ନିୟନ୍ତ୍ରଣ କରିହେ ବନାହିଁ ବୋଲି ସେ କହିଛନ୍ତି। କେଉଁ ଆଧାରରେ ଏହି ମେଣ୍ଟ କରାଗଲା ଏବଂ ଏହାର ଉଦ୍ଦେଶ୍ୟ କ’ଣ ବୋଲି ସେ ଅଖିଳେଶଙ୍କୁ ପ୍ରଶ୍ନ କରିଛନ୍ତି।

ଲୋକସଭା ନିର୍ବାଚନ ୨୦୧୯ ସପା ୩୭, ବସପା ୩୮ ଆସନରେ ଲଢ଼ିବେ
ଲକ୍ଷ୍ନୌ: ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି (ସପା) ଏବଂ ବହୁଜନ ସମାଜ ପାର୍ଟି (ବସପା) ଆଜି ଆସନ ଭାଗବଣ୍ଟା ଚୂଡ଼ାନ୍ତ କରିଛନ୍ତି। ସପା ୩୭ଟି ଆସନରେ ଏବଂ ବସପା ୩୮ଟି ଆସନରେ ଲଢ଼ିବ ବୋଲି ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି। ସମାଜବାଦୀ ପାର୍ଟିକୁ ପଶ୍ଚିମ ଉତ୍ତର ପ୍ରଦେଶରେ ଅଧିକାଂଶ ଆସନ ମିଳିଥିବା ବେଳେ ବସପାକୁ ପୂର୍ବ ଉତ୍ତର ପ୍ରଦେଶରେ ଅଧିକ ଆସନ ମିଳିଛି। ୮୦ ଆସନ ବିଶିଷ୍ଟ ଉତ୍ତର ପ୍ରଦେଶରେ ଆମେଥି ଏବଂ ରାୟବରେଲି ଆସନକୁ କଂଗ୍ରେସ ପାଇଁ ଉଭୟ ଦଳ ଛାଡ଼ି ଦେଇଛନ୍ତି ଏବଂ ରାଷ୍ଟ୍ରୀୟ ଲୋକ ଦଳକୁ ୩ଟି ଆସନ ଦିଆଯାଇଛି । ତେବେ ଏହି ଫର୍ମୁଲାକୁ ନେଇ ଉଭୟ ଦଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର