ମୁଲାୟମ ଓ ଅଖିଳେଶଙ୍କୁ କ୍ଲିନଚିଟ ଦେଲା ସିବିଆଇ

ନୂଆଦିଲ୍ଲୀ: ସିବିଆଇ ଆୟ ବହିର୍ଭୁତ ସମ୍ପତ୍ତି ମାମଲାରେ ସମାଜବାଦୀ ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଓ ତାଙ୍କ ପୁଅ ତଥା ସପା ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ କ୍ଲିନଚିଟ ଦେଇଛି | ସୁପ୍ରିମକୋର୍ଟରେ ସିବିଆଇ ପକ୍ଷରୁ ଦାୟର କରାଯାଇଥିବା ସତ୍ୟପାଠରେ ଦର୍ଶାଇଛି ଯେ ଏହି ଦୁଇଜଣଙ୍କ ବିରୋଧରେ କେଶ କରିବା ପାଇଁ କୌଣସି ପ୍ରମାଣ ମିଳିନାହିଁ |

ଏଠାରେ ସୂଚନା ଥାଉ କି ମାର୍ଚ୍ଚ ୨୫ ତାରିଖରେ କୋର୍ଟ ମୁଲାୟମ ଓ ଅଖିଳେଶଙ୍କ ବିରୋଧରେ ଦାଖଲ ହୋଇଥିବା କେଶ ବାବଦରେ ସିବିଆଇକୁ ନୋଟିସ କରିଥିଲେ | ୨ ସପ୍ତାହ ମଧ୍ୟରେ ବର୍ତ୍ତମାନ ସିବିଆଇ କରୁଥିବା ଯାଞ୍ଚର ସ୍ଥିତି ବାବଦରେ ଜାଣିବାକୁ ନିର୍ଦ୍ଦେଶ ଦେଇଥିଲେ | କଂଗ୍ରେସ ନେତା ବିଶ୍ୱନାଥ ଚତୁର୍ବେଦୀଙ୍କ ପକ୍ଷରୁ ଦାୟର ହୋଇଥିବା ମାମଲାରେ କୋର୍ଟ କେଶ ସ୍ଥିତି ବିବାଦରେ ଜାଣିବାକୁ ଚାହିଁଥିଲେ | ଏଠାରେ ସୂଚନା ଥାଉ କି ମାର୍ଚ୍ଚ ୧ ୨୦୦୭ ମସିହାରେ ନିଜ ରାୟରେ କୋର୍ଟ ଏହି ବାବଦରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ | କୋର୍ଟ ଜାଣିବାକୁ ଚାହିଁଥିଲେ ଯେ ମୁଲାୟମଙ୍କ ବିରୋଧରେ ଦାୟର ହୋଇଥିବା ଯାଚିକା ଠିକ ନା ନୁହେଁ |

ସେହିପରି ଅଦାଲତ ୨୦୧୨ରେ ମୁଲାୟମ ଓ ତାଙ୍କ ପୁଅ ଏହି ମାମଲାର ପୁନର୍ବିଚାର କରିବାକୁ ଆବେଦନକୁ ଖାରଜ କରିଦେଇଥିଲେ, ଆଉ ଯାଞ୍ଚ ପ୍ରକ୍ରିୟାକୁ ଆଗକୁ ବଢାଇବାକୁ ନିର୍ଦ୍ଦେଶ ଦେଇଥିଲେ | ଏହା ପୂର୍ବରୁ ୨୦୧୩ ମସିହାରେ ସିବିଆଇ ପକ୍ଷରୁ କୁହାଯାଇଥିଲା ଯେ ଏବେ କେଶ ବନ୍ଦ କରିଦିଆଯାଇଛି | ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ | ଏଥିରେ କହିଥିଲେ ଯେ ସିବିଆଇର ପ୍ରାରମ୍ଭିକ ଯାଞ୍ଚରୁ ତାଙ୍କୁ କ୍ଲିନଚିଟ ମିଳିସାରିଛି

ସମ୍ବନ୍ଧିତ ଖବର