ମୁଲାୟମ୍‌ଙ୍କ ସମ୍ପତ୍ତି ୧୬.୫୨ କୋଟି:ପୁଅ ଅଖିଳେଶଙ୍କଠାରୁ ୨କୋଟି ଋଣ ନେଇଛନ୍ତି

ଲକ୍ଷ୍ନୌ : ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲା‌ୟମ ସିଂହ ଯାଦବଙ୍କ ସମ୍ପତ୍ତିର ପରିମାଣ ୨୦୧୪ ମସିହା ତୁଳନାରେ ୩ କୋଟି କମିଯାଇଛି। ସେ ତାଙ୍କ ପୁଅ ଅଖିଳେଶ ଯାଦବଙ୍କଠାରୁ ୨.୧୩ କୋଟି ଟଙ୍କା ଋଣ କରିଛନ୍ତି। ଗତକାଲି ମୈନପୁରୀ ଲୋକସଭା ଆସନରେ ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ଦାଖଲ କରିଥିବା ସତ୍ୟପାଠରେ ମୁଲାୟମ୍‌ ଏହା ଦର୍ଶାଇଛନ୍ତି। ମୁଲାୟମ ୧୬.୫୨ କୋଟି ଟଙ୍କାର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିର ମାଲିକ ବୋଲି ଏହି ସତ୍ୟପାଠରେ ଦର୍ଶାଯାଇଛି। ତେବେ ମୁଲାୟମଙ୍କ ସତ୍ୟପାଠରୁ ଜଣାପଡ଼ିଛି ଯେ ତାଙ୍କ ସମ୍ପତ୍ତିର ମୂଲ୍ୟ ୨୦୧୪ ମସିହା ତୁଳନାରେ ୩.୨୦ କୋଟି କମିଯାଇଛି। ମୁଲାୟମ ଏବଂ ପତ୍ନୀ ସାଧନା ଯାଦବଙ୍କ ବାର୍ଷିକ ରୋଜଗାର ଯଥାକ୍ରମେ ୩୨.୦ ଲକ୍ଷ ଏବଂ ୨୫.୬୧ ଲକ୍ଷ ରହିଛି।

ସମ୍ବନ୍ଧିତ ଖବର