କିକି ଚ୍ୟାଲେଞ୍ଜକୁ ଗ୍ରହଣ କରି ଚଳନ୍ତା ଟ୍ରେନ୍‌ ସହ ନାଚିଲେ ଯୁବକ, ଭିଡ଼ିଓ ଭାଇରାଲ ହେବା ପରେ ତଦନ୍ତ ଆରମ୍ଭ କଲା ପୁଲିସ, ଦେଖନ୍ତୁ ଭିଡ଼ିଓ

ମୁମ୍ବାଇ : କିକି ଚ୍ୟାଲେଞ୍ଜକୁ ନେଇ ବିଭିନ୍ନ ରାଜ୍ୟର ପୁଲିସ ଲୋକମାନଙ୍କୁ ସଚେତନ କରିବାକୁ ଯାଇ ଅନେକ ପ୍ରକାରର ଉପାୟ ଆପଣାଇ ସାରିଥିଲେ ମଧ୍ୟ ଏହା ଦିନକୁ ଦିନ ବଢ଼ିବାରେ ଲାଗିଛି । କେବେ ଚଳନ୍ତା କାର୍‌ ତ କେବେ ଚଳନ୍ତା ଅଟୋରେ ଲୋକମାନେ ଏହି କିକି ଗୀତରେ ନାଚୁଥିବାର ଦେଖା ଯାଇଛି । ଏବେ ମୁମ୍ବାଇର ଜଣେ ନାବାଳକ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ନିଜ ଜୀବନକୁ ବାଜି ଲଗାଇ ଚଳନ୍ତା ଟ୍ରେନ ସହ ନାଚୁଥିବାର ଭିଡ଼ିଓ ଭାଇରାଲ ହୋଇଛି । ମୁମ୍ବାଇ ଲୋକାଲ ଟ୍ରେନ୍‌ ଚାଲୁଥିବା ବେଳେ ଜଣେ ନାବାଳକ କୌଣସି ସତର୍କତା ଅବଲମ୍ବନ ନ କରି ଏହି କିକି ଗୀତରେ ନାଚିଥିଲେ ।

କେବେ ତଳକୁ ଓହ୍ଲାଇ ତ କେବେ ଉପରକୁ ଚଢ଼ି ସେ ଏହି ଗୀତରେ ନାଚୁଥିବାର ଦେଖା ଯାଇଥିଲା । ଏହି ଭିଡ଼ିଓ ଭାଇରାଲ ହେବା ପରେ ଏବେ ମୁମ୍ବାଇ ପୁଲିସ ଏ ନେଇ ତଦନ୍ତ ଆରମ୍ଭ କରିଛି । ଏହି ଭିଡ଼ିଓ ଭାଇରାଲ ହେବା ପରେ ଆଉ କେହି ଯେପରି ଷ୍ଟେସନରେ ଏପରି ନ କରନ୍ତି ସେ ନେଇ ରେଳ ଷ୍ଟେସନରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର