ମୁମ୍ବାଇ: ଲଗାତାର ବର୍ଷାରେ ମୁମ୍ବାଇରେ ଭୁଶୁଡି ପଡିଲା ୪ ମହଲା କୋଠା | ଏଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପାଖାପାଖି ୨୮ ଜଣ ଲୋକ ଏବେବି ଭଙ୍ଗା କୋଠା ତଳେ ଚାପି ହୋଇରହିଥିବାର ସନ୍ଦେହ କରାଯାଉଛି | ମୁମ୍ବାଇର ଡୋଗରି ଅଞ୍ଚଳରେ କୋଠାଟି ଭୁଶୁଡିପଡିଥିବାବେଳେ ପୁଲିସ ସହ ଅଗ୍ନିଶମ ବାହିନୀ ଓ ଏନଡିଆରଏଫ ଏବେ ଉଦ୍ଧାର କାର୍ଯ୍ୟରେ ଲାଗିପଡିଛନ୍ତି |
/sambad/media/post_attachments/wp-content/uploads/2019/07/D_lGEwUXoAANI0p-300x169.jpg)
ମଙ୍ଗଳବାର ଦିନ ପ୍ରାୟ ୧୧ଟା ୩୦ରେ ଏହି କୋଠାଟି ଭୁଶୁଡି ପଡିଥିଲା | ଏହି ବିଲଡିଂ ତଳେ କିଛି ଲୋକ ଛିଡା ହୋଇଥିବାବେଳେ ଆଉ କିଛି ଲୋକ ଘରେ ଥିଲେ | ତେବେ କୋଠାଟି ଭୁଶୁଡିବାର କାରଣ ଜଣା ପଡିନଥିଲେ ବି ପ୍ରବଳ ବର୍ଷା ଯୋଗୁଁ କୋଠାଟି ଦୁର୍ବଳ ହୋଇ ଭୁଶୁଡି ପଡିଥିବା ସନ୍ଦେହ କରାଯାଉଛି |
/sambad/media/post_attachments/wp-content/uploads/2019/07/D_lGc2ZW4AAKh5Z-300x169.jpg)
କୁହାଯାଉଛି କୋଠାଟି ୧୦୦ ବର୍ଷ ପୁରୁଣା ହୋଇଥିବାବେଳେ ଏହି କୋଠାରେ ୧୫ରୁ ଅଧିକ ପରିବାର ରହୁଥିଲେ | ତେବେ ବିଏମସିର ଜରାଜୀର୍ଣ୍ଣ କୋଠା ତାଲିକାରେ କିଭଳି ଏହି କୋଠାଟି ସାମିଲ ନଥିଲା ତାହାକୁ ନେଇ ପ୍ରଶ୍ନ ଉଠିଛି | ପୂର୍ବରୁ ବିଏମସି ପାଖାପାଖି ୬୦୦ଟି କଥାକୁ ବିପଦସଂକୁଳ ବୋଲି ଚେତାଇ ନୋଟିସ ଜାରି କରିଥିଲା |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/D_lGHxpXUAIUR6C.jpg)