ବର୍ଷକର ଖୁସୀ ଗିଳି ଦେଲା କାନଫୁଲ, ଲାଗିଗଲା ତଣ୍ଟିରେ: ଅପରେସନ୍‌ କରି କାଢ଼ିଲେ ଡାକ୍ତର

ମୁମ୍ବାଇ: ବେଳେବେଳେ ଏମିତି ଅସୁସ୍ଥତା ଦେଖାଦିଏ ଯାହାକୁ ଡାକ୍ତରମାନେ ମଧ୍ୟ ଧରିପାରନ୍ତି ନାହିଁ। ସୌଭାଗ୍ୟ ବଶତଃ ଯଦି ଅସୁସ୍ଥତାର କାରଣ ଚିହ୍ନଟ ହୁଏ, ତେବେ ଯାଇ ରୋଗୀର ପ୍ରାଣ ରକ୍ଷା ହୋଇଥାଏ। ଏଭଳି ଘଟଣା ଘଟିଛି ବର୍ଷକର ଶିଶୁକନ୍ୟା ଖୁସୀ ସହିତ। ଖୁସୀ ଖେଳୁ ଖେଳୁ ଏକ କାନର ଇୟରିଂ ଗିଳି ଦେଇଥିଲା। ଇୟରିଂଟି ଲାଗି ରହିଗଲା। ଏହାର କୋପରେ ଖୁସୀ ଅସୁସ୍ଥ ହେବା ସହ ତାକୁ ଜ୍ୱର ହୋଇଗଲା। ଫଳରେ ପରିବାର ଲୋକ ଖୁସୀକୁ ଡାକ୍ତରଙ୍କୁ ଦେଖାଇଲେ ମାତ୍ର ଅସଲ କାରଣ ଜାଣି ନ ପାରି ଡାକ୍ତର ଥଣ୍ଡା ଜ୍ୱରର ଔଷଧ ଦେଇଥିଲେ। ଏହାପରେ ଖୁସୀର ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହେବାକୁ ଲାଗିଲା। ପରିବାର ଲୋକେ ଖୁସୀକୁ ଲୋକମାନ୍ୟ ତିଲକ ମୁନିସପାଲ୍‌ ଜେନେରାଲ ହସ୍ପିଟାଲ୍‌ରେ ଭର୍ତ୍ତି କଲେ। ସେଠାରେ ଏକ୍ସରେ ହେବା ପରେ ଜଣାପଡ଼ିଲା କି ଖୁସୀ ତଣ୍ଟିରେ କିଛି ଗୋଟାଏ ଜିନିଷ ଲାଖି ରହି ସଂକ୍ରମଣ ହୋଇଛି। ମାତ୍ର ଲାଗି ରହିଥିବା ଜିନିଷଟି କ’ଣ ତାହା ସଠିକ ଭାବେ ନିରୂପିତ ହୋଇପାରିଲା ନାହିଁ। ଅବସ୍ଥା ଖରାପ ହେବାରୁ ସେଠାରେ ଖୁସୀଙ୍କୁ ଭେଣ୍ଟିଲେଟରରେ ରଖାଗଲା। ମାତ୍ର ଚିକିତ୍ସା ହୋଇପାରିଲା ନାହିଁ।

Hindustan Times

ଶେଷରେ ପରିବାର ଲୋକେ ସରକାରୀ ହସ୍ପିଟାଲରୁ ଖୁସୀକୁ ନେଇ ହସ୍ପିଟାଲ୍‌ରେ ଭର୍ତ୍ତି କଲେ। ଏଠାରେ ପୁଣି ଏକ୍ସରେ ହୋଇ ଜଣାପଡିଲା କି ତା’ ତଣ୍ଟି ଭିତରେ ଏକ କାନ ଇୟରିଂ ଲାଖି ରହିଛି, ଯେଉଁଥି ପାଇଁ ସେ ନିିଶ୍ୱାସ ଠିକ ଭାବେ ନେଇପାରୁ ନାହିଁ। କ୍ରମଶଃ ଖୁସୀର ଅବସ୍ଥା ଖରାପ ହେବାରେ ଲାଗିଲା। ଏହାପରେ ଡାକ୍ତରମାନେ ଅପରେସନ୍‌ କରି ଇୟରିଂଟି କାଢିବା ଲାଗି ନିଷ୍ପତ୍ତି ନେଲେ। ଏହାପରେ ଅପରେସନ୍‌ କରାଯାଇ ଖୁସୀ ତଣ୍ଟିରୁ ଇୟରିଂଟି ବାହାର କରାଯାଇଥିଲା। ଖୁସୀ ବର୍ତ୍ତମାନ୍‌ ସୁସ୍ଥ ରହିବା ସହ ବିପଦମୁକ୍ତ ରହିଛି। ଇୟରିଂର ଆକାର ପ୍ରାୟ ୨ ଇଞ୍ଚ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର