ମୁମ୍ବାଇରେ ଭୟାବହ ଅଗ୍ନିକାଣ୍ଡ ୪ ମୃତ, ୨୦ରୁ ଊର୍ଦ୍ଧ୍ୱ ଆହତ

ମୁମ୍ବାଇ: ମୁମ୍ବାଇରେ ଆଜି ଏକ ଆପାର୍ଟମେଣ୍ଟ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଛି। ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୁମ୍ବାଇ ପରେଲ୍‌ ଅଞ୍ଚଳ ସ୍ଥିତ ହିନ୍ଦମାତା ସିନେମା ନିକଟରେ ଥିବା କ୍ରିଷ୍ଟାଲ୍‌ ଟାଓ୍ଵାର ରେସିଡେନ୍‌ସିଆଲ ଆପାର୍ଟମେଣ୍ଟ୍‌ରେ ଆଜି ସକାଳ ପ୍ରାୟ ୮.୩୦ ସମୟରେ ଅଗ୍ନିକାଣ୍ଡ ଘଟିଥିଲା। ଆପାର୍ଟମେଣ୍ଟ୍‌ରେ ୧୦୦ରୁ ଅଧିକ ପରିବାର ରହୁଥିଲେ। ତେବେ ୧୭ ମହଲା ବିଶିଷ୍ଟ ଏହି ସୁଉଚ୍ଚ ଆପାର୍ଟମେଣ୍ଟ୍‌ର ୧୨ ମହଲାରେ ଅଗ୍ନିକାଣ୍ଡ ହୋଇଥିଲା। ନିମିଷକ ମଧ୍ୟରେ ନିଅାଁ ଓ ଧୂଅାଁ ଉପର ମହଲା ସହ ନିକଟସ୍ଥ ଫ୍ଲାଟ୍‌ ଗୁଡ଼ିକୁ ବ୍ୟାପିଯାଇଥିଲା। ଫଳରେ ଆପାର୍ଟମେଣ୍ଟର ଅନେକ ଲୋକ ଫସିଯାଇଥିଲେ। ଉପଯୁକ୍ତ ଅଗ୍ନି ସୁରକ୍ଷା ବ୍ୟବସ୍ଥା ନଥିବାରୁ ଏଠାରୁ ଲୋକମାନଙ୍କୁ ବାହାର କରିବା କଷ୍ଟକର ହୋଇପଡ଼ିଥିଲା। ଶେଷରେ କ୍ରେନ୍‌ ସାହାଯ୍ୟରେ ଲୋକମାନଙ୍କୁ ଉଦ୍ଧାର କରାଯାଇଥିଲା। ଅନ୍ୟପକ୍ଷରେ ଆପାର୍ଟମେଣ୍ଟରେ ନିଅାଁ ଲିଭାଇବା ଅଗ୍ନିଶମ ବାହିନୀ ପକ୍ଷେ ବେଶ୍‌ ମୁସ୍କିଲ୍‌ ହୋଇପଡ଼ିଥିଲା। ଏଭଳି ଭୟାବହ ଅଗ୍ନିକାଣ୍ଡ ହେତୁ ଜଣେ ବୟସ୍କା ମହିଳାଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ତେବେ ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ଜଣାପଡ଼ିଛି। ତ୍ରୁଟିପୂର୍ଣ୍ଣ ଇଲେକ୍ଟ୍ରିକାଲ େଓ୍ଵରିଙ୍ଗ୍‌୍‌ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ତେବେ ଉପର ମହଲାକୁ ଧୂଅାଁ ବ୍ୟାପିଯିବାରୁ ଅଧିକାଂଶ ଲୋକ ଫସିିଯାଇଥିଲେ। ଠିକଣା ସମୟରେ ଅଗ୍ନିଶମ ବାହିନୀ ପହଞ୍ଚି ନଥିଲେ ଅନେକ ଲୋକ ମୃତାହତ ହୋଇଥାନ୍ତେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର