ଆମ ଓଡ଼ିଆ ପରିବାର ପକ୍ଷରୁ ମହାରାଷ୍ଟ୍ରରେ ଗଣେଶ ମହୋତ୍ସବ

ମୁମ୍ବାଇ: ମହାରାଷ୍ଟ୍ରର ନଭୀମୁମ୍ବାଇସ୍ଥିତ ଏରୋଲିରେ ଆମ ଓଡ଼ିଆ ପରିବାର ପକ୍ଷରୁ ହେଗଡେ ଭବନଠାରେ ମହାସମାରୋହରେ ଗଣେଶ ମହୋତ୍ସବ ୨୦୧୮ ଅନୁଷ୍ଠିତ ହୋଇଯାଇଛି। ଏଠାରେ ବସବାସ କରୁଥିବା ଓଡ଼ିଆଙ୍କୁ ଏକାଠି କରିବା ଏବଂ ସେମାନଙ୍କ ଉନ୍ନତି ପାଇଁ ଏହି କାର୍ଯ୍ୟକ୍ରମ ୬ବର୍ଷ ଧରି ଆୟୋଜିତ ହୋଇ ଆସୁଅଛି। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ କଳା ଏବଂ ସଂସ୍କୃତିକୁ ମନେ ପକାଇ ଦେଇଥାଏ।

ଗଣେଶ ପୂଜା ଅବସରରେ ଆମ ଓଡ଼ିଶା ଦ୍ୱାରା ଆୟୋଜିତ ଛୋଟ ପିଲାଙ୍କୁ ନେଇ ଚିତ୍ରକଳା, ନାଚ, ସଙ୍ଗୀତ ପ୍ରତିଯୋଗିତା ହୋଇଥିଲା। ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା ‘ବନ୍ଧୁ ମହାନ୍ତି’ ଏକାକ୍ଷାଂ । ଏହାଛଡ଼ା ଚାଇଲ୍ଡ କ୍ୟାନସର ଫାଉଣ୍ଡେସନ୍‌ରେ ଛୋଟ ପିଲାଙ୍କୁ ମାଗଣା ରହିବା ପାଇଁ ବି ଘୋଷଣା କରାଯାଇଥିଲା। ଓଡ଼ିଆଙ୍କୁ ସାହାଯ୍ୟ କରିବା ଆଉ ଗୋଟେ ପରିବା ଭଳ ଚଳିବା ହେଉଛି ଆମ ଓଡ଼ିଆ ପରିବାର ଲକ୍ଷ୍ୟ ବୋଲି କର୍ମକର୍ତ୍ତାମାନେ କହିଥିଲେ।

ସମ୍ବନ୍ଧିତ ଖବର