ବିଶ୍ୱର ୧୨ ନମ୍ବର ଧନୀ ସହର ମୁମ୍ବାଇ

ନୂଆଦିଲ୍ଲୀ: ସମୁଦାୟ ୯୫୦ ବିଲିୟନ୍‌ ଡଲାର୍‌ ସମ୍ପତ୍ତି ଥାଇ ଭାରତର ଅର୍ଥନୈତିକ ସହର ମୁମ୍ବାଇ ବିଶ୍ୱର ୧୫ଟି ଶ୍ରେଷ୍ଠ ଧନୀ ସହର ମଧ୍ୟରେ ସ୍ଥାନିତ ହୋଇ ପାରିଛି। ତାଲିକାର ସର୍ବାଗ୍ରେ ରହିଛି ନ୍ୟୁୟର୍କ ସହର।

‘ନିଉ ଓ୍ଵାର୍ଲ୍ଡ େଓ୍ଵଲ୍‌ଥ୍‌’ର ରିପୋର୍ଟ ଅନୁସାରେ, ଭାରତର ଅର୍ଥନୈତିକ ହବ୍‌ ଦ୍ୱାଦଶ ଧନୀ ସହର ଭାବେ ପରିଗଣିତ ହୋଇଛି। ସମୁଦାୟ ୯୪୪ ବିଲିୟନ୍‌ ଡଲାର୍‌ ଥାଇ ତା’ ପଛକୁ ରହିଛି ଟରୋଣ୍ଟୋ, ୯୧୨ ବିଲିୟନ୍‌ ଡଲାର୍‌ ଥାଇ ଫ୍ରାଙ୍କ୍‌ଫୁର୍ଟ ଏବଂ ୮୬୦ ଡଲାର ଥାଇ ପ୍ୟାରିସ୍‌।

ସମୁଦାୟ ସମ୍ପଦ କହିଲେ ସହରରେ ବସବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସମ୍ପତ୍ତି। ବ୍ୟକ୍ତି ବିଶେଷଙ୍କ ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ମିଶାଇ ଏହା ହିସାବ କରାଯାଇଛି। କିନ୍ତୁ, ସରକାରୀ ଅର୍ଥକୁ ଏହି ହିସାବରୁ ବାଦ ଦିଆଯାଇଛି।

Image Courtesy of Asian Age

ବିଲିଅନେୟାର୍‌ ଲୋକଙ୍କ ତାଲିକାରେ ମଧ୍ୟ ମୁମ୍ବାଇ ଶ୍ରେଷ୍ଠ ୧୦ଟି ସହର ମଧ୍ୟରେ ରହିଛି। ସେଠାରେ ୨୮ ଜଣ ବିଲିଅନେୟାର୍‌ ବସବାସ କରୁଛନ୍ତି। ୧ ବିଲିୟନ୍‌ରୁ ଅଧିକ ସମ୍ପତ୍ତି ଥିବା ଲୋକଙ୍କୁ ଏଥିରେ ତାଲିକାଭୁକ୍ତ କରାଯାଇଛି।

ମୁମ୍ବାଇ ସମ୍ପର୍କରେ ରିପୋର୍ଟ ଉଲ୍ଲେଖ କରି କହିଛି, ସହରରେ ଥିବା ସମସ୍ତ ସମ୍ପତ୍ତିର ମୂଲ୍ୟ ୯୫୦ ବିଲିୟନ୍‌ ଡଲାର୍‌। ମୁମ୍ବାଇ ଭାରତର ଅର୍ଥନୈତିକ ହବ୍‌। ବିଶ୍ୱର ୧୨ ନମ୍ବର ବୃହତ୍‌ ଷ୍ଟକ୍‌ ଏକ୍‌ସଚେଞ୍ଜ୍‌ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ ସେଠାରେ ଅବସ୍ଥିତ। ମୁମ୍ବାଇରେ ଥିବା ଶିଳ୍ପଗୁଡ଼ିକ ମଧ୍ୟରେ ଅର୍ଥନୈତିକ ସେବା, ରିଅଲ୍‌ ଇଷ୍ଟେଟ୍‌ ଏବଂ ଗଣମାଧ୍ୟମ।

ଆସନ୍ତା ୧୦ ବର୍ଷ ମଧ୍ୟରେ ମୁମ୍ବାଇ ସମ୍ପତ୍ତି ଆଧାରରେ ବିଶ୍ୱର ସବୁଠୁ ଦ୍ରୁତ ବୃଦ୍ଧି ପାଉଥିବା ସହର ହେବାକୁ ଯାଉଛି।
୧୫ ସହର ମଧ୍ୟରେ ଶୀର୍ଷରେ ଥିବା ନ୍ୟୁୟର୍କର ସମ୍ପତ୍ତି ହେଉଛି ୩ ଟ୍ରିଲିୟନ୍‌ ଡଲାର୍‌। ବିଶ୍ୱର ଦୁଇଟି ସର୍ବବୃହତ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌ ସେଠାରେ ଅବସ୍ଥିତ।

୨, ୭ ଟ୍ରିଲିୟନ୍‌ ଡଲାର୍‌ ଥାଇ ଲଣ୍ଡନ୍‌ ରହିଛି ତାଲିକାର ଦ୍ୱିତୀୟରେ। ୨. ୫ ଟ୍ରିଲିୟନ୍‌ ଡଲାର୍‌ ଥାଇ ତା’ ପଛକୁ ରହିଛି ଟୋକିଓ ଏବଂ ୨.୩ ଟ୍ରିଲିୟନ୍‌ ଡଲାର୍‌ ଥାଇ ସାନ୍‌ ଫ୍ରାନ୍‌ସିସ୍‌କୋ ବେ’ ଏରିଆ।

ତାଲିକାରେ ଥିବା ଅନ୍ୟାନ୍ୟ ସହର ସବୁ ହେଉଛି: ବେଜିଙ୍ଗ୍‌ (୨.୨ ଟ୍ରିଲିୟନ୍‌ ଡଲାର୍‌), ସାଙ୍ଘାଇ (୨ଟ୍ରିଲିୟନ୍‌), ଲସ୍‌ ଏଞ୍ଜେଲେସ୍‌ (୧. ୪ ଟ୍ରିଲିୟନ୍‌ ଡଲାର୍‌), ହଙ୍ଗକଙ୍ଗ୍‌ (୧. ୩ ଟ୍ରିଲିୟନ୍‌ ଡଲାର୍‌), ସିଡ୍‌ନି (୧ ଟ୍ରିଲିୟନ୍‌ ଡଲାର୍‌), ସିଙ୍ଗାପୁର (୧ ଟ୍ରିଲିୟନ୍‌) ଏବଂ ସିକାଗୋ ୯୮୮ ଟ୍ରିଲିୟନ୍‌ ଡଲାର୍‌)।


ତାଲିକାଭୁକ୍ତ ୧୫ ସହର ମଧ୍ୟରେ ବିଗତ ୧୦ ବର୍ଷ ମଧ୍ୟରେ ସାନ୍‌ ଫ୍ରାନ୍‌ସିସ୍‌କୋ, ବେଜିଙ୍ଗ୍‌, ସାଙ୍ଘାଇ, ମୁମ୍ବାଇ ଏବଂ ସିଡ୍‌ନିର ଆର୍ଥିକ ଅଭିବୃଦ୍ଧି ଦ୍ରୁତତର ହୋଇଥିଲା।

ଶ୍ରେଷ୍ଠ ତାଲିକା ମଧ୍ୟରେ ସ୍ଥାନ ହରାଇଥିବା ସହର ମଧ୍ୟରେ ଅଛି, ହଷ୍ଟନ୍‌, ଜେନେଭା, ଓସାକା, ସିଓଲ୍‌, ସେଞ୍ଜେହେନ୍‌, ମେଲ୍‌ବର୍ଣ୍ଣ, ଜୁରିଚ୍‌ ଏବଂ ଡଲାସ୍‌।

ସମ୍ବନ୍ଧିତ ଖବର