ମୁମ୍ବାଇର ଏମ୍‌ଟିଏନ୍‌ଏଲ୍‌ ଅଫିସରେ ନିଆଁ, ଫସି ରହିଛନ୍ତି ୧୦୦ରୁ ଊର୍ଦ୍ଧ୍ୱ ଲୋକ

ମୁମ୍ବାଇ : ମୁମ୍ବାଇର ବାନ୍ଦ୍ରା େଓ୍ଵଷ୍ଟ ଅଞ୍ଚଳରେ ଥିବା ମହାନଗର ଟେଲିଫୋନ ନିଗମ ଲିମିଟେଡ୍‌(ଏମ୍‌ଟିଏନ୍‌ଏଲ୍‌) ଅଫିସରେ ହଠାତ ଭୀଷଣ ନିଆଁ ଲାଗି ଯାଇଥିବାର ଖବର ମିଳିଛି । ଘଟଣାଟି ସୋମବାର ଦିନ ୩ଟା ସମୟରେ ଘଟିଥିବା ବେଳେ କୋଠା ଭିତରେ ୧୦୦ରୁ ଊର୍ଦ୍ଧ୍ୱ ଲୋକ ଫସି ରହିଥିବା ନେଇ ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୧୪ଟି ଗାଡ଼ି ପହଞ୍ଚିଥିବା ବେଳେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରହିଛି । ୯ ମହଲା କୋଠାର ତୃତୀୟ ଓ ଚତୁର୍ଥ ମହଲାରେ ନିଆଁ ଲାଗିଥିବା ଜଣାପଡ଼ିଛି । କିଛି ଲୋକ ଭୟରେ କୋଠା ଉପରକୁ ଚାଲି ଯାଇଥିବା ବେଳେ କିଛି ଲୋକଙ୍କୁ ଉଦ୍ଧାର କରାଯାଇଛି । କିନ୍ତୁ ଏବେ ବି ୧୦୦ରୁ ଊର୍ଦ୍ଧ୍ୱ ଲୋକ ଭିତରେ ଫସି ରହିଛନ୍ତି ।

ମିଳିଥିବା ସୂଚନା ମୁତାବକ, ସର୍ଟସର୍କିଟ ହୋଇ ନିଆଁ ଲାଗିଥିବା ବେଳେ ଏ ପର୍ଯ୍ୟନ୍ତ କେହି ମୃତାହତ ହୋଇ ନାହାନ୍ତି । ଅଗ୍ନିଶମ ବିଭାଗର କର୍ମଚାରୀ ନିଆଁ ଲିଭାଇବା ସହ ଲୋକଙ୍କ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି ।

ସମ୍ବନ୍ଧିତ ଖବର