ଖୁବ୍‌ ଶୀଘ୍ର ମାଗଣାରେ ଟ୍ରେନ୍‌ ମଧ୍ୟରେ ଫିଲ୍ମ ଦେଖିବା ସହ ଗୀତ ଶୁଣି ପାରିବେ ଯାତ୍ରୀ

ମୁମ୍ବାଇ : ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଦୂରସ୍ଥାନକୁ ଯାଉଥିବା ଲୋକମାନେ ବସି ବସି ବିରକ୍ତ ହୋଇ ଯାଇଥାନ୍ତି । ଅନେକ ସମୟରେ ଫୋନରୁ ନେଟ୍‌ଓ୍ଵାର୍କ ଚାଲି ଯାଉଥିବାରୁ ଲୋକମାନେ ଫୋନରେ ଭିଡିଓ କିମ୍ବା ଗୀତ ଶୁଣି ପାରନ୍ତି ନାହିଁ । ଏବେ ଯାତ୍ରୀମାନଙ୍କ ଏହି ସବୁ ସମସ୍ୟାକୁ ଆଖି ଆଗରେ ରଖି କେନ୍ଦ୍ରୀୟ ରେଳପଥ ଏବେ ଯାତ୍ରୀମାନଙ୍କୁ ମାଗଣାରେ ସୁବିଧା ଯୋଗାଇବାକୁ ଯାଉଛି । ଏବେ ଯାତ୍ରୀମାନେ ଟ୍ରେନ୍‌ ମଧ୍ୟରେ ମାଗଣାରେ ଫିଲ୍ମ, ଧାରାବାହିକ ବା କୌଣସି ମ୍ୟୁଜିକ୍‌ ଭିଡିଓ ଦେଖି ପାରିବେ । ଏହି ସୁବିଧା ପ୍ରଥମେ ମୁମ୍ବାଇ ଲୋକାଲ ଟ୍ରେନ୍‌ରେ ଉପଲବ୍ଧ ହେବାକୁ ଯାଉଥିବା ବେଳେ ଯାତ୍ରୀମାନଙ୍କୁ ହଟ୍‌ସ୍ପଟ୍‌ର ସୁବିଧା ଦିଆଯିବ ବୋଲି ଜଣାପଡ଼ିଛି ।

The Better India

ଯାତ୍ରୀମାନେ ଏକ ମୋବାଇଲ ଆପ୍‌ ଡାଉନ୍‌ଲୋଡ୍‌ କରି ସେଥିରେ ଆଗରୁ ରଖାଯାଇଥିବା ଫିଲ୍ମ,ଧାରାବାହିକ ବା ଗୀତ ଶୁଣି ପାରିବେ । ଏହାକୁ ଉପଲବ୍ଧ କରାଇବା ପାଇଁ ଏବେ ଟ୍ରାଏଲ ଚାଲୁଥିବା ବେଳେ ଜୁଲାଇ ୨୦୧୯ରେ ଯାତ୍ରୀମାନେ ଏହାର ଲାଭ ଉଠାଇ ପାରିବେ । ମୋବାଇଲ ଆପ୍‌କୁ ଡାଉନ୍‌ଲୋଡ୍‌ କରିବା ପରେ ଯାତ୍ରୀମାନେ ନିଜ ନିଜର ଭାଷାକୁ ଚୟନ କରି ପାରିବେ । ତେବେ ଆପ୍‌କୁ ତିଆରି କରିବାର କାମ ଏବେ ଶେଷ ହୋଇ ନଥିବା ବେଳେ ଏହାକୁ ଉପଲବ୍ଧ କରାଇବା ପାଇଁ ଆହୁରି ୪ମାସ ସମୟ ଲାଗିବ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର