ମୁମ୍ବାଇ: ଗୁରୁବାର ଦିନ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ କହିଛି ଯେ ମୁମ୍ବାଇ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ପାଞ୍ଚ ଜଣଙ୍କୁ ମାରିଥିବା ଚାଟର୍ଡ୍ ବିମାନଟିର ‘ଏୟାର୍ଓ୍ଵର୍ଦିନେସ୍ ସାର୍ଟିଫିକେଟ୍’ ନ ଥିଲା। ଉତ୍ତର ପ୍ରଦେଶ ସରକାରରେ ଥିବାବେଳେ ୨୦୦୮ ମସିହାରେ ବିମାନଟି ଶେଷ ଥର ପାଇଁ ଉଡ଼ିଥିଲା। ୨୦୧୪ରେ ଏହାକୁ ମେସର୍ସ ୟୁଭି ଏଭିଏସନ୍ କରିଥିଲା ଏବଂ ଗତ ଦେଢ଼ ବର୍ଷ ହେବ ତାହାର ମରାମତି କରାଯାଉଥିଲା।
ମନ୍ତ୍ରାଳୟ ତରଫରୁ କୁହାଯାଇଛି, ରେଗୁଲେଟରି ବ୍ୟବସ୍ଥା ଅନୁସାରେ, ଯେ କୌଣସି ପରୀକ୍ଷାମୂଳକ ଉଡ଼ାଣ ପୂର୍ବରୁ ଉଡ଼ାଣ ପାଇଁ ଯୋଗ୍ୟ ବୋଲି ଏକ ସାର୍ଟିଫିକେଟ୍ ଆବଶ୍ୟକ ହୋଇଥାଏ। ବିମାନଟି ପରୀକ୍ଷାମୂଳକ ଉଡ଼ାଣ ନିମନ୍ତେ ଜୁହୁ ବିମାନଘାଟିରୁ ଉଡ଼ାଣ ଆରମ୍ଭ କରିଥିଲା। ବିମାନରେ ଥିଲେ ଦୁଇ ଜଣ ପାଇଲଟ୍ ଏବଂ ଦୁଇ ଜଣ ଏଏମ୍ଇ। ଦୁର୍ଘଟଣା ଯୋଗୁଁ ବିମାନରେ ଥିବା ସେ ୪ ଜଣଙ୍କ ସମେତ ତଳେ ଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଏଏଆଇବି ତୁରନ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ।
ବିମାନର ମାଲିକାନା କମ୍ପାନି ଉପରେ ଦୋଷାରୋପ କରି ସହକାରୀ ପାଇଲଟ୍ ମେରିଆଙ୍କ ସ୍ୱାମୀ ପି କୁଠାରିୟା କହିଛନ୍ତି ଯେ ଖରାପ ପାଗ ଯୋଗୁଁ ବିମାନ ଅବତରଣ କରାଇଥିବା କଥା ପତ୍ନୀ ତାଙ୍କୁ ସୂଚନା ଦେଇଥିଲେ। ଦୁର୍ଘଟନା ଏଡ଼ାଇ ଦିଆ ଯାଇ ପାରି ଥାଆନ୍ତା। ମେରିଆ ମୋତେ କହିଥିଲା କି, ଖରାପ ପାଗ ଯୋଗୁଁ ବିମାନ ଉଡ଼ା ଯାଇ ପାରି ନ ଥିଲା। ଦୁଃଖଦାୟକ ଘଟଣା ପାଇଁ କମ୍ପାନି ଦାୟୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/mumbai-crash.jpg)