୨ ଏନ୍‌ସି କର୍ମୀଙ୍କୁ ହତ୍ୟା

ଶ୍ରୀନଗର: ଦୁଇ ଦିନ ପରେ ଜମ୍ମୁ କଶ୍ମୀର‌େର ପୌର ନିର୍ବାଚନ ଆରମ୍ଭ ‌େହବାକୁ ଯାଉଛି। କିନ୍ତୁ ଏହା ପୂର୍ବରୁ ଆତଙ୍କବାଦୀମାନେ ବର୍ବର କାଣ୍ଡ ଘଟାଇଛନ୍ତି। ଦୁଇ ଜଣ ଏନ୍‌ସି (ନ୍ୟାସନାଲ୍ କନଫରେନ୍ସ) କର୍ମୀଙ୍କୁ ଆଜି ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ଶ୍ରୀନଗରର କରଫାଲି ମୋହଲ୍ଲାରେ ୩ ଜଣ ଏନ୍‌ସି କର୍ମୀଙ୍କ ଉପରକୁ ସନ୍ଦିଗ୍ଧ ଆତଙ୍କବାଦୀମାନେ ଗୁଳି କରିଥିଲେ। ଏହାଦ୍ବ‌ାରା ୨ଜଣ ଏନ୍‌ସି କର୍ମୀଙ୍କ ମୃତ୍ୟୁ ହୋଇଯାଇଛି ଏବଂ ଅନ୍ୟ ଜଣେ ଏନ୍‌ସି କର୍ମୀ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଦଳର ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲା ଏବଂ ଉପାଧ୍ୟକ୍ଷ ଓମାର୍‌ ଅବଦୁଲ୍ଲା ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ‌େମହବୁବା ମୁଫ୍‌ତି ମଧ୍ୟ ଉକ୍ତ ହତ୍ୟା‌ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ମୃତ ଏନ୍‌ସି କର୍ମୀମାନେ ହେଉଛନ୍ତି ନଜିର ଅହମ୍ମଦ ଭଟ, ଏବଂ ମୁସ୍ତାକ୍‌ ଅହମ୍ମଦ ୱାନି। ଅନ୍ୟ ଜଣେ କର୍ମୀ ସକିଲ ଅହମ୍ମଦ ଜାଙ୍ଗୁ ଏବେ ଚିକିତ୍ସ‌ାଧୀନ। ଉ‌େଲ୍ଲଖ‌େଯାଗ୍ୟ, ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀ ପୂର୍ବରୁ ଧମକ ଦେଇ କହିଥିଲେ ଯେ ନିର୍ବାଚନରେ ସକ୍ରିୟ ଅଂଶ ଗ୍ରହଣ କରୁଥିବା ପ୍ରାର୍ଥୀମାନଙ୍କୁ ହତ୍ୟା‌ କରାଯିବ। ଭୟରେ ଅନେକ ପ୍ରାର୍ଥୀ ମଧ୍ୟ ନାମାଙ୍କନ ପତ୍ର ଦା‌ଖଲ କରିନାହାନ୍ତି। କିନ୍ତୁ ନିର୍ବ‌ାଚନ ୨ ଦିନ ପୂର୍ବରୁ ଆତଙ୍କବାଦୀମାନେ ଦୁଇ ଜଣ ଏନ୍‌ସି କର୍ମୀଙ୍କୁ ହତ୍ୟା କରିବା ଦ୍ବାରା‌ ଏବେ ସମଗ୍ର ଅଞ୍ଚଳରେ ଭୟ ଖେଳିଯାଇଛି।

ସମ୍ବନ୍ଧିତ ଖବର