ହାଫିଜ ସହ ମେଣ୍ଟ କରିବେ ମୁସାରଫ

ନୂଆଦିଲ୍ଲୀ: ଏଲଇଟି ଏବଂ ଜମାତ ଉଦ୍‌ ଦାଓ୍ଵା ସପକ୍ଷରେ ପ୍ରାରମ୍ଭରେ ବିବୃତି ବାଢ଼ିଥିବା ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରବେଜ ମୁସାରଫ ଆଜି ଏଲଇଟି ମୁଖ୍ୟ ତଥା ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସହ ମେଣ୍ଟ କରିବେ ବୋଲି କହିଛନ୍ତି। ୨୦୧୮ ନିର୍ବାଚନ ଲାଗି ୨୩ ଦଳଙ୍କୁ ନେଇ ମହାମେଣ୍ଟ ଗଠନ କରିଥିବା ମୁସାରଫଙ୍କ ମହାମେଣ୍ଟରେ ଯଦି ହାଫିଜ ସାମିଲ ହେବାକୁ ଚାହିଁବ ତେବେ ଏହା ସ୍ୱାଗତଯୋଗ୍ୟ ବୋଲି ମୁସାରଫ କହିଛନ୍ତି। ଜେୟୁଡି ମୁଖ୍ୟ ହାଫିଜ୍‌ ସହ ମେଣ୍ଟ କରିବା ନେଇ ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତରରେ ପରଭେଜ କହିଛନ୍ତି ଏଯାବତ୍‌ ଏନେଇ ହାଫିଜ କିମ୍ବା ଜେୟୁଡି ସହ କୌଣସି କଥାବାର୍ତ୍ତା ହୋଇନାହିଁ କିନ୍ତୁ ଯଦି ସେମାନେ ଚାହିଁବେ ତେବେ ଏହା ନିଶ୍ଚିତ ରୂପେ ସ୍ୱାଗତଯୋଗ୍ୟ। ଉଲ୍ଲେଖଯୋଗ୍ୟ ମୁସାରଫ ଗତ ମାସରେ ୨୩ ଦଳଙ୍କୁ ନେଇ ଏକ ମହାମେଣ୍ଟ ଗଠନ କରୁଛନ୍ତି ବୋଲି ଘୋଷଣା କରିଥିଲେ। ଜେୟୁଡି ଗତ ଅଗଷ୍ଟ ମାସରେ ମିଲି ମୁସଲିମ ଲିଗ୍‌ ନାମକ ଦଳ ଗଠନ କରିଥିଲେ ମଧ୍ୟ ଦଳକୁ ଏଯାବତ୍‌ ପାକିସ୍ତାନ ନିର୍ବାଚନ କମିସନଙ୍କ ନିକଟରୁ ସ୍ୱିକୃତୀ ମିଳିନାହିଁ।

ସମ୍ବନ୍ଧିତ ଖବର