ରାମ, ବୋଷ ଏବଂ ଗୋରଖନାଥଙ୍କ ପାଇଁ ଗଢ଼ାଯିବ ଯାଦୁଘର: ସଂସ୍କୃତିମନ୍ତ୍ରୀ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ସଂସ୍କୃତିମନ୍ତ୍ରୀ ମହେଶ ଶର୍ମା କହିଛନ୍ତି ଯେ ଦିଲ୍ଲୀ ଏବଂ କୋଲକତାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ସମର୍ପିତ କରି ଦୁଇ ଯାଦୁଘର ଖୋଲିବାକୁ ତାଙ୍କ ମନ୍ତ୍ରାଳୟ ସ୍ଥିର କରିଛି। ଇତିହାସରେ ବୋଷ ତାଙ୍କର ମର୍ଯ୍ୟାଦା ପାଇ ନାହାନ୍ତି କହି ଶର୍ମା କହିଲେ ଯେ ଭାରତୀୟ ଜାତୀୟ ସେନା ଦ୍ୱାରା ଦିଲ୍ଲୀରେ ଏହି ଯାଦୁଘର ସ୍ଥାପନା କରାଯିବ।

ଶର୍ମା କହିଛନ୍ତି: ଭାରତୀୟ ଜାତୀୟ ସେନା ଦ୍ୱାରା ଆମେ ବୋଷଙ୍କ ପାଇଁ ଏକ ବିଶାଳ ଯାଦୁଘର ନିର୍ମାଣ କରିବାକୁ ସ୍ଥିର କରିଛୁ। ଦିଲ୍ଲୀରେ ଜାଗା ଯୋଗାଇ ଦେବା ପାଇଁ ଆମେ ଦିଲ୍ଲୀ ଉନ୍ନୟନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ମଧ୍ୟ କରିଛୁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଦିଲ୍ଲୀ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଜରିଆରେ ପ୍ରସ୍ତାବ ସଫଳ ନ ହେଲେ ଇନ୍ଦିରା ଗାନ୍ଧୀ ନେସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ଆର୍ଟସ୍‌ ଆଣ୍ଡ୍‌ରେ ଏହି ଯାଦୁଘର ନିର୍ମାଣ କରିବାକୁ ମନ୍ତ୍ରାଳୟ ଯୋଜନା କରିଛି। କୋଲକାତାରେ ପୁରୁଣା ନେସ୍‌ନାଲ୍‌ ଲାଇବ୍ରେରି ବିଲ୍‌ଡିଙ୍ଗ୍‌ରେ ମଧ୍ୟ ଏହି ଯାଦୁଘର ତିଆରି କରାଯିବାର ଯୋଜନା ହୋଇଛି।

ଉକ୍ତ ଯାଦୁଘରେ ଚାରି ବଙ୍ଗାଳୀ ବ୍ୟକ୍ତିତ୍ୱ ବୋଷ, ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ, ରବୀନ୍ଦ୍ରନାଥ ଠାକୁର ଏବଂ ବିଜେପି ଆଦର୍ଶବାଦୀ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ସମ୍ବନ୍ଧୀୟ ସାମଗ୍ରୀ ପ୍ରଦର୍ଶୀତ ହେବ।

ଶର୍ମା କହିଛନ୍ତି: ଉତ୍ତର ପ୍ରଦେଶରେ ମଧ୍ୟ ତିନୋଟି ଯାଦୁଘର ପାଇଁ ସଂସ୍କୃତି ମନ୍ତ୍ରାଳୟ କାମ ଆରମ୍ଭ କରି ସାରିଛି। ସେ ସବୁ ହେଲା, ଅଯୋଧ୍ୟାରେ ରାମ ଯାଦୁଘର, ଆହ୍ଲାବାଦରେ କୁମ୍ଭ ଯାଦୁଘର ଏବଂ ଗୋରଖପୁରରେ ଗୋରଖପୀଠର ଗୁରୁ ଗୋରଖନାଥଙ୍କ ଯାଦୁଘର। ଏଥିରେ ମୁଖ୍ୟ ପୁରୋହିତ ହେବେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ସମ୍ବନ୍ଧିତ ଖବର