ହିନ୍ଦୁ କନ୍ୟାକୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିିଥିଲେ ମୁସ୍‌ଲିମ୍‌ ଦମ୍ପତି,ଏବେ ମନ୍ଦିରରେ ଝିଅକୁ ହିନ୍ଦୁ ଯୁବକଙ୍କ ସହ ବିବାହ କରାଇ ସୃଷ୍ଟି କଲେ ଉଦାହରଣ

କୋଝିକୋଡ଼େ : କେରଳର କୋଝିକୋଡ଼େ ଜିଲ୍ଲାରେ ହୋଇଥିବା ଏକ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କେରଳରେ ହୋଇଥିବା ଏହି ବିବାହ ଏବେ ସମସ୍ତଙ୍କୁ ସାଂପ୍ରଦାୟିକ ସଦଭାବ ଏବେ ବଞ୍ଚିଛି ବୋଲି ଭାବିବାକୁ ବାଧ୍ୟ କରିଛି । ଏକ ମୁସ୍‌ଲିମ୍‌ ଦମ୍ପତି ପ୍ରଥମେ ଜଣେ ହିନ୍ଦୁ ଝିଅକୁ ପାଳିବା ସହ ପରେ ତାକୁ ଜଣେ ହିନ୍ଦୁ ଯୁବକଙ୍କ ସହ ବିବାହ ଦେଇ ଉଦାହରଣ ସୃଷ୍ଟି କରିଛନ୍ତି ।

Parhlo

ସୂଚନା ମୁତାବକ, ନିଜର କୌଣସି ସନ୍ତାନ ନ ଥିବାରୁ କେରଳର ମୁସ୍‌ଲିମ୍‌ ଦମ୍ପତ୍ତି ମଜିଦ୍‌ ଏବଂ ରମଲ ଏକ ୧୦ବର୍ଷର ନାବାଳିକାକୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଥିଲେ । ନାବାଳିକା ଜଣେ ହିନ୍ଦୁ ବୋଲି ଜାଣି ମଧ୍ୟ ସେମାନେ ତାକୁ ଗ୍ରହଣ କରିବା ସହ ତା’ର ଲାଳନପାଳନ କରିଥିଲେ । ନିଜ ଝିଅ ହିସାବରେ ଗ୍ରହଣ କରିଥିଲେ ମଧ୍ୟ ସେ କେବେ ହେଲେ ତାକୁ ଇସ୍‌ଲାମ ଧର୍ମ ନେବାକୁ ବାଧ୍ୟ କରି ନ ଥିଲେ । ଯାହା ଫଳରେ ନାବାଳିକା ହିନ୍ଦୁ ଧର୍ମର ପାଳନ କରି ଆସିଥିଲା । ବିବାହ ବୟସ ହେବା ପରେ ମଜିଦ୍‌ ଏବଂ ରମଲ ମୁସ୍‌ଲିମ୍‌ କି ହିନ୍ଦୁ ହୋଇଥିବ ନ ଭାବି ଗୋଟେ ଭଲ ବର ଖୋଜିବା ଆରମ୍ଭ କରିଥିଲେ । ଯୋଗ୍ୟ ପାତ୍ର ଠିକ୍‌ ହେବା ପରେ ତାହାର ଧର୍ମ ହିନ୍ଦୁ ଜାଣି ମଧ୍ୟ ବିବାହ କରିବାକୁ ପଛଘୁଞ୍ଚା ଦେଇ ନ ଥିଲେ ମଜିଦ୍‌ । କିନ୍ତୁ କେରଳରେ ବନ୍ୟା ପରିସ୍ଥିତି ପାଇଁ ବଡ଼ ଆକାରରେ ବିବାହ ନ କରି ମନ୍ଦରରେ ହିନ୍ଦୁ ରୀତିନୀତିରେ ମଜିଦ୍‌ ନିଜ ଝିଅର ବିବାହ ସଂପନ୍ନ କରିଥିଲେ ।

ସମ୍ବନ୍ଧିତ ଖବର