ଇଣ୍ଟରଭ୍ୟୁ ସମୟରେ ହାତ ମିଳାଇବାକୁ ମନା କଲେ ମହିଳା,ଏବେ କମ୍ପାନି ତରଫରୁ ମହିଳାଙ୍କୁ ମିଳିବ ୩ ଲକ୍ଷ ଟଙ୍କା
ଷ୍ଟକ୍ହୋମ୍ : ଜଣେ ମହିଳା ଚାକିରି ପାଇଁ ଏକ କମ୍ପାନିକୁ ଯାଇଥିବା ବେଳେ ସେଠାରେ ଇଣ୍ଟରଭ୍ୟୁ ପରେ ତାଙ୍କୁ ହାତ ମିଳାଇବାକୁ କୁହାଯାଇଥିଲା । କିନ୍ତୁ ମହିଳା ଜଣଙ୍କ ନିଜ ଧାର୍ମିକ ନିୟମର କଥା କହି କଥା ହାତ ମିଳାଇବାକୁ ମନା କରି ଦେଇଥିଲେ । ଯେଉଁଥି ପାଇଁ ଇଣ୍ଟରଭ୍ୟୁ ନେଇଥିବା ଅଧିକାରୀ ତାଙ୍କୁ ଚାକିରି ଦେବାକୁ ମନା କରି ଦେଇଥିଲେ । ଏହାର ବିରୋଧ କରି ମହିଳା ଜଣକ ଅଦାଲତରେ ନ୍ୟାୟ ଭିକ୍ଷା କରିଥିଲେ । ମାମଲାର ବିଚାର କରି ବିଚାରପତି ଏବେ କମ୍ପାନି ଉପରେ ୩ଲକ୍ଷ ଟଙ୍କାର ଜରିମାନା ଲଗାଇଥିବା ଜଣା ପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ମହିଳା ଜଣଙ୍କ ଚାକିରି ପାଇଁ ଯାଇଥିବା ବେଳେ ଇଣ୍ଟରଭ୍ୟୁ ନେଉଥିବା ପୁରୁଷମାନଙ୍କ ସହ ହାତ ମିଳାଇ ପାରିବେ ନାହିଁ ବୋଲି କହିଥିଲେ । ଏହା ପଛରେ ଧାର୍ମିକ କାରଣ ଥିବା ମହିଳା ଜଣାଇଥିଲେ । ଏହା ଶୁଣି ଏଠାରେ କାମ କରିବାକୁ ହେଲେ ହାତ ମିଳାଇବା ନିହାତି ଜରୁରୀ କହି ମହିଳାଙ୍କୁ ବାହାରକୁ ଯିବା ପାଇଁ କୁହାଯାଇଥିଲା । ସେ ଏହା ବିରୋଧରେ ଲଢ଼ିବେ ବୋଲି ନିଷ୍ପତ୍ତି ନେଇ ଅଦାଲତରେ ନ୍ୟାୟ ଭିକ୍ଷା କରିଥିଲେ ।