ତିନ୍‌ ତଲାକ୍‌ ପ୍ରଥାରୁ ମୁକ୍ତିର ବାଟ ପାଇଛନ୍ତି ମୁସଲମାନ ମହିଳା: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଲୋକସଭାରେ ତ୍ୱରିତ ତିନ୍‌ ତଲାକ୍‌ ବିଲ୍‌ ଅନୁମୋଦନ ଲାଭ କରିବା ପରେ ନିଜର ପ୍ରଥମ ମନ୍ତବ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ କହିଛନ୍ତି ଯେ ବର୍ଷ ବର୍ଷ ଦୁର୍ଦ୍ଦଶା ସହିବା ପରେ, ଶେଷକୁ ମୁସଲମାନ ମହିଳାମାନେ ସେ ପ୍ରଥାରୁ ମୁକ୍ତି କରାଇବାର ବାଟ ପାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ସରକାର କଳାଟଙ୍କା, ଦୁର୍ନୀତି, ବେନାମି ସମ୍ପତ୍ତି ଏବଂ ଆତଙ୍କବାଦ ଦମନ କରିବା ପାଇଁ ସଂସ୍କାରୀ ପଦକ୍ଷେପ ଆଗେଇ ନେଉଥିଲେ ମଧ୍ୟ ୨୦୧୮ରେ ଜନସାଧାରଣ ଦେଶର ସର୍ବାଙ୍ଗୀଣ ଉନ୍ନତି ପାଇଁ କାର୍ଯ୍ୟ କରିବା ଉଚିତ।

‘ସମସ୍ତଙ୍କ ସଙ୍ଗେ, ସମସ୍ତଙ୍କ ଉନ୍ନତି’ ପାଇଁ ଡାକରା ଦେଇ ‘ସଂସ୍କାର, ପ୍ରଦର୍ଶନ, ପରିବର୍ତ୍ତନ’କୁ ମୋଦି ନବ ବର୍ଷର ମନ୍ତ୍ର ବୋଲି କହିଛନ୍ତି।

ଗତ ସପ୍ତାହରେ ଲୋକସଭାରେ ଅନୁମୋଦିତ ହୋଇଥିବା ‘ମୁସ୍‌ଲିମ୍‌ ଉଇମିନ୍‌ ପ୍ରୋଟେକ୍ସନ୍‌ ଅଫ୍‌ ରାଇଟ୍‌ସ୍‌ ଅନ୍‌ ମ୍ୟାରେଜ୍‌ ବିଲ୍‌’ କଥା ନ କହି ମୋଦି କହିଲେ, ବର୍ଷ ବର୍ଷ ଧରି ଚଳି ଆସୁଥିବା ତ୍ୱରିତ ତିନ୍‌ ତଲାକ୍‌ ପ୍ରଥା ଯୋଗୁଁ ମୁସଲମାନ ମହିଳାମାନେ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଏବେ ସେମାନେ ମୁକୁଳିବାର ବାଟ ପାଇଛନ୍ତି।

ଭିଡିଓ କନ୍‌ଫରେସିଙ୍ଗ୍‌ ଜରିଆରେ ପ୍ରଧାନମନ୍ତ୍ରୀ କେରଳର ବାରକଳା ଅନ୍ତର୍ଗତ ଶିବଗିରି ମଠ ଠାରେ ୮୫ତମ ଶିବଗିରି ତୀର୍ଥଯାତ୍ରୀ ଉତ୍ସବ ପାଳନର ଉଦ୍ଘାଟନୀ ସମ୍ଭାଷଣରେ ଏ କଥା କହିଛନ୍ତି।

ମହାନ୍‌ ସନ୍ଥ ଓ ସମାଜ ସଂସ୍କାରକ ଶ୍ରୀ ନାରାୟନ ଗୁରୁଙ୍କ ପବିତ୍ର ବାସସ୍ଥାନ ହେଉଛି ଶିବଗିରି।

ସମ୍ବନ୍ଧିତ ଖବର