ବିହାରରେ ମର୍ମନ୍ତୁଦ ଦୁର୍ଘଟଣା: ବସ୍‌ରେ ଲାଗି ଗଲା ନିଅାଁ, ପୋଡ଼ି ହୋଇ ୨୭ ଯାତ୍ରୀଙ୍କ ମୃତ୍ୟୁ

ମୁଜଫରପୁର: ବିହାରରେ ଘଟିଛି ଏକ  ମର୍ମନ୍ତୁଦ ଦୁର୍ଘଟଣା। ମୁଜଫରପୁରରୁ ଦିଲ୍ଲୀ ଯାଉଥିବା ଏକ ବସ୍‌  ମୋତିହାରି ଜିଲ୍ଲାର  କୋଟଓ୍ଵା ଥାନା ଅଞ୍ଚଳରେ  ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଥିଲା।  ଫଳରେ ବସରେ ନିଆଁ ଲାଗି ଯାଇଥିଲା। ବସ୍‌ରେ ନିଆଁ ଲାଗିବା ହେତୁ ଏଥିରେ ଥିବା ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ି ପାରେ ବୋଲି ଅନୁମାନ କରାଯାଉଛି। ଏହି ବସ୍‌ ନମ୍ବର ୟୁପି-୭୫ଏଟି-୨୩୧୨ ବୋଲି ଜଣାପଡ଼ିଛି। ବସ ଓଲଟି ପଡ଼ିବାରୁ ଯାତ୍ରୀମାନେ ବାହାରକୁ ବାହାରି ପାର ନ ଥିଲେ। ଫଳରେ ମୃତ୍ୟୁ ସଂଖ୍ୟା ଅଧିକ ହୋଇଯାଇଥିଲା।

ସୂଚନାଯୋଗ୍ୟ, ଏହି ବସ୍‌ଟି ୩୨ଜଣ ଯାତ୍ରୀଙ୍କୁ ଧରି ମୁଜାଫରପୁରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା। ବସ୍‌ଟି ଦ୍ରୁତଗତିରେ ଯାଉଥିବା ସମୟରେ ହଠାତ୍‌ ଏକ ଖାତରେ ପଡ଼ି ଯାଇଥିଲା। ଫଳରେ ଚାଳକ ଆଉ ବସ୍‌ ଉପରେ ନିୟନ୍ତ୍ରଣ ରକ୍ଷା କରି ପାରି ନଥିଲେ,ରାସ୍ତାରେ ବସ୍‌ଟି ଓଲଟି ପଡ଼ି ଆକସ୍ମିକ ଭାବେ ସେଥିରେ ନିଆଁ ଲାଗି ଯାଇଥିଲା। ନିଅାଁ ଲାଗିବା ପରେ ବସ୍‌ ଭିତରୁ ମାତ୍ର ୫ଜଣଙ୍କୁ ହିଁ ଉଦ୍ଧାର କରାଯାଇ ପାରିଥିଲା। ଅନ୍ୟ ୨୭ଜଣଙ୍କର  ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଖବର ମିଳିଛି।

ଖବର ପାଇ ପୁଲିସ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ବସ୍‌ ତଳେ ଗୋଟିଏ କାର ଓ ବାଇକ୍‌ ଦବି ଯାଇଥିବା ବି ଖବର ମିଳୁଛି।

ସମ୍ବନ୍ଧିତ ଖବର