ପରିବହନ ମନ୍ତ୍ରୀ ବି ଦେଇଥିଲେ ଜରିମାନା, ଗଡକରୀଙ୍କୁ ମଧ୍ୟ ଛାଡ଼ି ନ ଥିଲେ ପୁଲିସ ବାବୁ

ନୂଆଦିଲ୍ଲୀ : ଗତ ସେପ୍ଟେମ୍ବର ୧ରେ ଲାଗୁ ହୋଇଥିଲା ନୂଆ ମୋଟର ଯାନ ଆଇନ୍‌ । ଏହି ନୂଆ ନିୟମ ଲାଗୁ ହେବା ପରେ ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଲାଗୁଥିବା ଜରିମାନାକୁ ବଢ଼ାଇ ଦିଆଯାଇଥିଲା । ତେବେ ଜରିମାନା ବଢ଼ିବା ପରେ ଅନେକ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କଠାରୁ ହଜାର ହଜାର ଟଙ୍କା ଜରିମାନା ଆକାରରେ ଆଦାୟ କରାଯାଉଥିବା ଦେଖି ଏବେ ଲୋକେ ଏହି ନୂଆ ନିୟମର ବିରୋଧ କରିବାରେ ଲାଗିଛନ୍ତି । ତେବେ ଲୋକଙ୍କ ବିରୋଧକୁ ଦେଖି ନିୟମ ତିଆରି କରିଥିବା ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ନିଜେ ମଧ୍ୟ ଜରିମାନା ଦେଇଥିବା କଥା ସ୍ୱୀକାର କରିଛନ୍ତି ।

Image result for nitin-gadkari
The Hindu

ମୋଦୀ ସରକାରର ୧୦୦ଦିନ ପୂର୍ତ୍ତି ଅବସରରେ ଆୟୋଜିତ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଏ ନେଇ ଖୁଲାସା କରିଛନ୍ତି ପହିବହନ ମନ୍ତ୍ରୀ । ତାଙ୍କ ନାଁରେ ଥିବା କାର୍‌ ମୁମ୍ବାଇରେ ଦ୍ରୁତଗତିରେ ଯାଉଥିବାରୁ ତାଙ୍କ ପାଖରେ ଚାଲାଣ ପହଞ୍ଚିଥିଲା, ଯାହା ପରେ ସେ ଜରିମାନା ଭରିଥିଲେ ବୋଲି କହିଛନ୍ତି । ଲୋକଙ୍କ ମଙ୍ଗଳ ପାଇଁ ଆମେ ଏଭଳି ନିୟମ ଲାଗୁ କରିଛୁ । ଯେଉଁମାନେ ଏଭଳି ନିୟମ ଲାଗୁ ହେବା ଦ୍ୱାରା ସାଧାରଣ ଲୋକ ଭ୍ରଷ୍ଟାଚାରର ଶିକାର ହେଉଥିବା କହୁଛନ୍ତି, ସେମାନଙ୍କୁ କହି ରଖିବାକୁ ଚାହେଁ କି, ଏଭଳି ଭ୍ରଷ୍ଟାଚାରକୁ ରୋକିବା ପାଇଁ ପାଇଁ ଚାରିଆଡ଼େ ସିସିଟିଭି କ୍ୟାମେରା ଲଗାଇଛୁ । ହେଉଥିବା ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଆମେ ଏଭଳି ନିୟମ ତିଆରି କରିଛୁ । ଭ୍ରଷ୍ଟାଚାରକୁ ବଢ଼ାଇବା ପାଇଁ ନୁହେଁ ବୋଲି କହିଥିଲେ ଗଡ଼କରୀ ।

ସମ୍ବନ୍ଧିତ ଖବର