ଉତ୍ତରପ୍ରଦେଶର ଏହି ଗାଁରେ ଥିବା କୂଅରୁ ଆସୁଛି ହୃଦୟ ଥରାଇ ଦେବା ଭଳି ଶବ୍ଦ, ଥରୁଛି ଭୂମି ! ଚିନ୍ତାରେ ପଡ଼ିଲେଣି ଲୋକେ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଭଦୋହି ଜିଲ୍ଲାରେ ଥିବା ପିପରୀ ଗାଁରେ ଏକ ଅଜବ ଘଟଣା ଘଟୁଥିବାର ଖବର ସାମ୍ନାକୁ ଆସୁଛି । ଗାଁରେ ଥିବା ଏକ କୂଅରୁ ଆସୁଥିବା ଶବ୍ଦ ପାଇଁ ଏବେ ଲୋକେ ନିଜ ଘର ଛାଡ଼ି ବାହାରକୁ ଚାଲି ଯାଉଥିବା ଜଣାପଡ଼ିଛି । କୂଅଟି ଅତି ପୁରୁଣା ହୋଇଥିବା ବେଳେ ପୂର୍ବରୁ ଏଭଳି କେବେ ବି ଘଟି ନଥିଲା । କିନ୍ତୁ ଏବେ କୂଅ ଭିତରୁ ରହସ୍ୟମୟ ଶବ୍ଦ ଆସିବା ସହ କୂଅ ପାଖରେ ଥିବା ଭୂମି ଥରିବା ଆରମ୍ଭ ହୋଇଛି । ହଠାତ୍‌ ଏଭଳି ହେବା ପରେ ଗ୍ରାମବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି ।

କୂଅ ଚାରି ପାଖରେ କମ୍ପନ ହେଉଥିବାରୁ ପାଖରେ ରହୁଥିବା ଲୋକଙ୍କୁ ଘର ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଛି ପ୍ରଶାସନ । ଏହା ସହ କୂଅ ଚାରି ପାଖରେ ବ୍ୟାରିକେଡ୍‌ ଲଗାଇ ଦିଆଯାଇଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ, କିଛି ଦିନ ତଳେ ହୋଇଥିବା ଲଗାଣ ବର୍ଷା ପରେ ପରେ ହିଁ କୂଅ ମଧ୍ୟରୁ ଏଭଳି ଶବ୍ଦ ଆସିବା ଆରମ୍ଭ ହୋଇଥିଲା ।

कुएं के अंदर दिख रही है सुरंग
oneindia.com

ଅନ୍ୟ ପକ୍ଷରେ ଭଦୋହିର ତହସିଲଦାରଙ୍କ କହିବା ଅନୁଯାୟୀ, କମ୍ପନ ପାଇଁ ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ କୂଅ ଉପରେ ନଜର ରଖାଯାଇଛି । କୂଅ ଭିତରେ ଏକ ଖାଲି ସ୍ଥାନ ଦେଖାଯାଉଥିବା ବେଳେ ତାହା ସୁଡ଼ଙ୍ଗ ଭଳି ମନେ ହେଉଛି । ସେହି ସୁଡ଼ଙ୍ଗରେ ପାଣି ଭରି ରହିଥିବା ବେଳେ ସୁଡ଼ଙ୍ଗଟି କେତେ ଦୂର ପର୍ଯ୍ୟନ୍ତ ଲମ୍ବିଛି, ତାହା ସ୍ପଷ୍ଟ ହୋଇ ପାରି ନାହିଁ । ଆମେ ମାନେ ସୁଡ଼ଙ୍ଗଟି ଦବିବାର ଅପେକ୍ଷା କରିଛୁ ।

ସମ୍ବନ୍ଧିତ ଖବର