ଇମ୍ରାନ ଖାଁଙ୍କ ଗୋଟିଏ ଟ୍ଵିଟ୍‌ :ଭାରତ-ପାକିସ୍ତାନ କୂଟନୈତିକ ସମ୍ପର୍କକୁ ଛିନ୍ନ କଲା

ଇସ୍‌ଲାମବାଦ: ଭାରତ-ପାକିସ୍ତାନ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକକୁ ଭାରତ ବାତିଲ କରିଦେବା ପରେ କ୍ଷୁବ୍ଧ ହୋଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ। ଭରତର ଏହି ଆଚରଣକୁ ‘ଅହଂକାରୀ’ ବୋଲି ଅଭିହିତ କରିବା ସହିତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କର ଦୃରଦୂଷ୍ଟି ନାହିଁ ବୋଳି କହିଛନ୍ତି। ଅପରପକ୍ଷେ ଇମ୍ରାନ୍‌ ଖାଁ ଙ୍କ ଏପରି ମନ୍ତବ୍ୟ ଉପରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୌଣସି ମତାମତ ଦିଆଯାଇ ନାହିଁ। କିନ୍ତୁ ପାକିସ୍ତାନ ବୈଦଶିକ ମନ୍ତ୍ରୀସ୍ତରୀୟ ଆଲୋଚନା ଆଳରେ ଆନ୍ତର୍ଜାତିକସ୍ତରରେ ଯେଉଁ ଫାଇଦା ନେବା ପାଇଁ ଚାହୁଁଥିଲା, ଭାରତ ତାକୁ ସେହି ସୁଯୋଗରୁ ବଞ୍ଚିତ କରିଛି ବୋଲି କୁହାଯାଇଛି। ଇମ୍ରାନ ଖାଁ ପାକିସ୍ତାନ ଆର୍ମିର କାଠ ପୁତଳିକା ସାଜି ଥିବାରୁ ଏହି ବୈଠକରେ କୌଣସି ନିଷ୍କର୍ଷ ବାହାରି ନ ଥାନ୍ତା ବୋଲି କୁହାଯାଇଛି।


ସୂଚନାଯୋଗ୍ୟ ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଗୋଟିଏ ପଟେ ଭାରତ ପାକିସ୍ତାନ ମଧ୍ୟରେ ଶାନ୍ତି ସମ୍ପର୍କ ସ୍ଥାପନ ପାଇଁ କହୁଥିବା ବେଳେ ପାକିସ୍ତାନ ଆର୍ମି ଭାରତୀୟ ସୈନଙ୍କ ମୁଣ୍ଡକାଟ କରୁଛି। ନିକଟରେ ଜଣେ ବିଏସଏଫ ଯବାନଙ୍କୁ ଗୁଳି ମାରି ତଣ୍ଟି କାଟି ହତ୍ୟା କରିବା ସହିତ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ହେଇ ଭାରତୀୟ ସେନା ହାତରେ ମୃତ୍ୟୁ ବରଣ କରିଥିବା ଆତଙ୍କବାଦୀଙ୍କୁ ଗୌରବାନ୍ଵିତ କରି ପକିସ୍ତାନ୨୧ଟି ଡାକ ଟିକେଟ ପ୍ରଚଳନ କରିବା ଘଟଣାକୁ ଭାରତ ସହଜରେ ଗ୍ରହଣ କରି ପାରି ନାହିଁ। ତେଣୁ ପାକିସ୍ତାନ ସହିତ ଦ୍ୱିପାକ୍ଷିକ ଆଲୋଚନା ପାଇଁ ପ୍ରକୃଷ୍ଟ ସମୟ ଆସି ନାହିଁ ବୋଲି କହି ଭାରତ ନ୍ୟୁୟର୍କ ଠାରେ ଭାରତ-ପାକିସ୍ତାନ ବୈଦେଶିକ ମନ୍ତ୍ରୀ ସ୍ତରୀୟ ବୈଠକକୁ ଏକପାଖିଆ ଭାବେ ବାତିଲ କରିଦେଇଥିଲା। ଏହି ବୈଠକକୁ ଗୁରୁତ୍ୱ ଦେଉଥିବା ପାକିସ୍ଥାନ ଆର୍ମି ମୁଖ୍ୟ ଏହି ଘଟଣାରେ ବିଚଳିତ ହୋଇ ପଡ଼ିବା ପରେ ିଇମ୍ରାନ ଖାଁ ଟ୍ଵିଟ୍‌ କରି ଏପରି ମନ୍ତବ୍ୟ ଦେଇଛନ୍ତି।

ସମ୍ବନ୍ଧିତ ଖବର