ଜାଣନ୍ତୁ କେଉଁ ରୋଗ ହେତୁ ଏହି ପାଦ୍ରୀଙ୍କ ଶରୀରରୁ ବାହାରୁଛି କ୍ଷୀର, ଏଭଳି ମିଳିଛି ଚିକିତ୍ସା କରାଇବାର ବାଟ
ନୂଆଦିଲ୍ଲୀ : କେନିଆର ନାଇରୋବିରେ ଜଣେ ପାଦ୍ରୀଙ୍କ ବ୍ରେନ୍ ଟ୍ୟୁମରର ସମସ୍ୟା ଥିବାରୁ ୧୮ବର୍ଷ ହେଲାଣି ସେ କଷ୍ଟ ସହିବା ସହ ଲଜ୍ଜିତ ହୋଇ ଆସୁଛନ୍ତି । ଏହି ସମସ୍ୟା ପାଇଁ ତାଙ୍କ ଛାତିରୁ କ୍ଷୀର ବାହାରୁଥିବା ବେଳେ ସେ ଶାରୀରିକ ସଂପର୍କ ରଖିବାରେ ଅକ୍ଷମ ହୋଇ ପଡ଼ିଛନ୍ତି । ପାଦ୍ରୀଙ୍କ ନାମ ଫ୍ରାନ୍ସିସ୍ ଗିଚୁରୁ ବୋଲି ଜଣା ପଡ଼ିଥିବା ବେଳେ ୨୦୦୦ମସିହାରେ ତାଙ୍କର ଏହି ସମସ୍ୟା ଆରମ୍ଭ ହୋଇଥିଲା । ନିଜର ଏହି ରୋଗକୁ ଭଲ କରିବା କରିବା ପାଇଁ ୯ ହଜାର ୟୁରୋ ଖର୍ଚ୍ଚ କରି ମଧ୍ୟ ସେ ସଫଳ ହୋଇ ପାରି ନଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
କିନ୍ତୁ କିଛି ଦିନ ତଳେ ଏକ ରେଡ଼ିଓ ପ୍ରୋଗ୍ରାମ ଶୁଣିବା ପରେ ତାଙ୍କୁ ନିଜ ଚିକିତ୍ସା କରାଇବାର ଏକ ନୂଆ ବାଟ ମିଳିଛି । ତାଙ୍କ ରୋଗର ନାମ ପ୍ରୋଲୋକ୍ଟିନୋମା ଓ ଏହି ରୋଗ ମସ୍ତିଷ୍କର ପିଟ୍ୟୁଟାରୀ ଗ୍ଲାଣ୍ଡରେ ନନ୍ କ୍ୟାନ୍ସର ଟ୍ୟୁମର କାରଣରୁ ହୋଇଥାଏ । ଏହି ଗ୍ଲାଣ୍ଡ ହରମୋନ୍କୁ ନିୟନ୍ତ୍ରିତ କରିଥାଏ । ଯାହାଦ୍ୱାରା ପାଦ୍ରୀ ମୋଟା ହେବା ସହ ତାଙ୍କ ଶରୀରରୁ ଶକ୍ତି କମ ହେବାକୁ ଲାଗିଥିଲା। ସେ ଏହି ରୋଗ ବିଷୟରେ ନିଜ ବିବାହ ପରେ ଜାଣି ପାରିଥିଲେ । ବିବାହ ପରେ ଶାରୀରିକ ସଂପର୍କ ରଖିବାରେ ଅସୁବିଧା ହେବାରୁ ସେ ନିଜର ଚିକିତ୍ସା କରାଇଥିଲେ । ଏହା ପରେ ତାଙ୍କୁ ନିଜ ଶାରୀରିକ ସମସ୍ୟା ବିଷୟରେ ଜଣା ପଡ଼ିଥିଲା । ଧିରେ ଧିରେ ସେ ଶାରୀରିକ ସଂପର୍କ ରଖିବା ବନ୍ଦ କରି ଦେଇଥିଲେ । ୧୮ବର୍ଷ ହେଲାଣି ସେ ନିଜ ସ୍ତ୍ରୀଙ୍କ ସହ ଶାରୀରିକ ସଂପର୍କ ରଖି ନ ଥିବା କହିଛନ୍ତି।
ବିଭିନ୍ନ ଉପାୟ ଆପଣାଇ ଠିକ୍ ହୋଇ ପାରୁ ନଥିବା ବେଳେ ଏକ ରେଡ଼ିଓ ପ୍ରୋଗ୍ରାମରେ ଜଣେ ଡ଼ାକ୍ତରଙ୍କ ସାକ୍ଷାତକାର ଶୁଣି ସେ ତାଙ୍କ ପାଖରେ ପହଞ୍ଚିଥିଲେ । ଡ଼ାକ୍ତର ତାଙ୍କୁ ରୋଗର ସ୍ଥାୟୀ ସମାଧାନ କରିବା ପାଇଁ ଅସ୍ତ୍ରୋପଚାର କରିବାକୁ କହିଥିବା ବେଳେ ଏଥିରେ ଲାଗିବାକୁ ଥିବା ଅର୍ଥ ପାଇଁ ସେ ଏବେ ଚିନ୍ତିତ ଥିବା ଜଣା ପଡ଼ିଛି । ଏ ନେଇ ସେ ଲୋକମାନଙ୍କୁ ତାଙ୍କୁ ସାହାଯ୍ୟ କରିବା ପାଇଁ ଅପିଲ କରୁଥିବା ଦେଖା ଯାଇଛି ।