ନଜମା ବିବିଙ୍କୁ ଜାମିନ

ନୂଆଦିଲ୍ଲୀ : ଭୋପାଳରେ ପୁଲିସ ଏନ୍‌କାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀ ସଂଗଠନ ସିମିର ସଦସ୍ୟ ଶେଖ୍‌ ମେହେବୁବ୍‌ଙ୍କ ମା’ ନଜମା ବିବିଙ୍କୁ ଆଜି ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଫେବ୍ରୁଆରି ୧୭, ୨୦୧୬ରେ ନଜମାଙ୍କୁ ରାଉରକେଲାରୁ ଗିରଫ କରାଯାଇଥିଲା। ସୁପ୍ରିମକୋର୍ଟର ବିଚାରପତି ଆଦର୍ଶ କୁମାର ଗୋଏଲ ଓ ବିଚାରପତି ଏସ୍‌ ଅବଦୁଲ ନଜିରଙ୍କ ଖଣ୍ଡପୀଠ ଆଜି ନଜମା ବିବିଙ୍କ ଓକିଲ କଲିନ୍‌ ଗୁନ୍‌ଜାଲଭେସ୍‌ ଓ ରାଜ୍ୟ ସରକାରଙ୍କ ଓକିଲ ସୋନରାଜ ଚୌଧୁରୀଙ୍କ ଯୁକ୍ତି ଶୁଣିବାପରେ ନଜମା ବିବିଙ୍କୁ ଜାମିନ ପ୍ରଦାନ କରିଥିଲେ। ଉଲ୍ଲେଖଯୋଗ୍ୟ ଫେବ୍ରୁଆରି ୧୭, ୨୦୧୬ରେ ତେଲେଙ୍ଗାନା ପୁଲିସ ସୂଚନା କ୍ରମେ ସେଣ୍ଟ୍ରାଲ ଅପରେସନ ଗ୍ରୁପ୍‌, ରାଉରକେଲା ପୁଲିସ ଇଣ୍ଟେଲିଜେନ୍ସ ବ୍ୟୁରୋ, ଷ୍ଟେଟ୍‌ ଟାକ୍ଟିକାଲ୍‌ ୟୁନିଟ୍‌ର ମିଳିତ ଚଢ଼ଉରେ ନଜମା ବିବିଙ୍କ ସମେତ ଶେଖ୍‌ ମେହବୁବ୍‌, ଅମଜାନ୍‌ ଖାନ୍‌, ଜାକିର ହୁସେନ ଓ ମହମ୍ମଦ ସାଜିଦ୍‌ଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର