ନମସ୍ତେ ଟ୍ରମ୍ପ୍‌ରେ କମ୍ପିଲା ମୋଟେରା ‘ପ୍ରଥମ୍ ମହିଲା ଔର ମେଁ…’ ରାଷ୍ଟ୍ରପତି ଟ୍ରମ୍ପଙ୍କ ହିନ୍ଦୀ ଟ୍ବିଟ୍‌

ଟ୍ରମ୍ପ୍‌ଙ୍କ ‘ସୁଚିନ୍‌ ତେନ୍ଦୁଲକର’ ଉଚ୍ଚାରଣକୁ ନେଇ ଆଇସିସିର ଟ୍ରୋଲ୍‌

ନୂଆଦିଲ୍ଲୀ: ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ‘ନମସ୍ତେ ଟ୍ରମ୍ପ୍‌’ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ନିଜ ଭାଷଣରେ ଭାରତୀୟ ବଲିଉଡ୍‌ ଚଳଚ୍ଚିତ୍ର ସମେତ କ୍ରିକେଟ୍‌ ତାରକାଙ୍କ ନାମ ଉଲ୍ଲେଖ କରିଥିଲେ। ସେ ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କ ନାମ କହିଥିଲେ। ମାତ୍ର, ସଚିନ ତେନ୍ଦୁଲକରଙ୍କ ନାମକୁ ଭୁଲ ଉଚ୍ଚାରଣ କରିଥିବାରୁ ଆଇସିସି ଟ୍ରମ୍ପ୍‌ଙ୍କୁ ଟ୍ରୋଲ୍‌ କରିଛି। ସୂଚନାଯୋଗ୍ୟ, ଟ୍ରମ୍ପ୍‌ ସଚିନ ବଦଳରେ ‘ସୁଚିନ୍‌’ ବୋଲି ଉଚ୍ଚାରଣ କରିଥିଲେ। ଆଇସିସି ଟ୍ରମ୍ପ୍‌ଙ୍କୁ ଟ୍ରୋଲ୍‌ କରିବା ସହ ଏକ ବ୍ୟଙ୍ଗାତ୍ମକ ପୋଷ୍ଟ ଟ୍ବିଟ୍‌ କରିଛି। ଏହାର ଶୀର୍ଷକ ରହିଛି ‘ସଚ୍‌-ସୁଚ୍‌-ସ୍ୟାଚ୍‌-ସଚ୍‌-ସୂଚ୍‌-ଏନିୱାନ୍‌ ନୋ?’। ତେବେ ଆଇସିସିର ଏହି ବ୍ୟଙ୍ଗାତ୍ମକ ପୋଷ୍ଟ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ସେହିଭଳି ବିରାଟ କୋହଲିଙ୍କ ନାମକୁ ଟ୍ରମ୍ପ୍‌ ଭୁଲ ଉଚ୍ଚାରଣ କରିଛନ୍ତି। କୋହଲିଙ୍କ ନାମକୁ ସେ ‘ଖୋଲି’ ଉଚ୍ଚାରଣ କରିଥିଲେ।

ଭିଜିଟର୍‌ସ ବୁକ୍‌ରେ ଟ୍ରମ୍ପ୍‌ଙ୍କ ମନ୍ତବ୍ୟ: ଗାନ୍ଧୀଙ୍କ ବିଷୟରେ କିଛି ଲେଖିଲେନି, ତାଜ୍‌ ମହଲ ମୋତେ ପ୍ରେରଣା ଦିଏ

ଗାନ୍ଧୀଙ୍କ ବିଷୟରେ କିଛି ଲେଖିଲେନି
ସାବରମତୀ ଆଶ୍ରମର ଭିଜିଟର୍‌ସ ବୁକ୍‌ରେ ଟ୍ରମ୍ପ୍‌ ଆଜି ମନ୍ତବ୍ୟ ରଖିଛନ୍ତି। କିନ୍ତୁ ଏଥିରେ ସେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ବିଷୟରେ କିଛି ଲେଖିନାହାନ୍ତି। ଟ୍ରମ୍ପ୍‌ ଲେଖିଛନ୍ତି, ‘ଟୁ ମାଇଁ ଗ୍ରେଟ୍‌ ଫ୍ରେଣ୍ଡ୍‌ ପ୍ରାଇମ ମିନିଷ୍ଟର ମୋଦୀ- ଥ୍ୟାଙ୍କ୍‌ ୟୁ ଫର୍‌ ଦିସ୍‌ ୱଣ୍ଡରଫୁଲ୍‌ ଭିଜିଟ୍‌’। ଅର୍ଥାତ୍‌ ମୋର ମହାନ ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ଚମତ୍କାର ଗସ୍ତ ପାଇଁ ଧନ୍ୟବାଦ। ସାବରମତୀ ଆଶ୍ରମରେ ବୁଲିବା ପରେ ଭିଜିଟର୍‌ସ ବୁକ୍‌ରେ ଗାନ୍ଧୀଙ୍କ ଉପରେ କିଛି ନଲେଖିବାକୁ ଅନେକ ନାପସନ୍ଦ କରିଛନ୍ତି।

ତାଜ୍‌ ମହଲ ମୋତେ ପ୍ରେରଣା ଦିଏ
ତାଜ୍ ମହଲ ବୁଲିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ସେଠାକାର ଦର୍ଶକ ପୁସ୍ତିକା ବା ଭିଜିଟର୍ସ ବୁକ୍‌ରେ ତାଙ୍କ ମନ୍ତବ୍ୟ ଲେଖିଛନ୍ତି। ସେ କହିଛନ୍ତି ତାଙ୍କୁ ତାଜ୍ ମହଲ ତାଙ୍କୁ ପ୍ରେରଣା ଦେଇଥାଏ। ଭାରତୀୟ ସଂସ୍କୃତି ଓ ବିବିଧତାର ମହାନ ପରମ୍ପରାର ଏହା ଏକ ଶାଶ୍ବତ ସାକ୍ଷୀ ବୋଲି ସେ ଲେଖିଛନ୍ତି। ଏଥିରେ ଟ୍ରମ୍ପଙ୍କ ସହିତ ମେଲାନିଆଙ୍କ ସ୍ବାକ୍ଷର ମଧ୍ୟ ରହିଛି।

‘ପ୍ରଥମ୍ ମହିଲା ଔର ମେଁ…’ ରାଷ୍ଟ୍ରପତି ଟ୍ରମ୍ପଙ୍କ ହିନ୍ଦୀ ଟ୍ବିଟ୍‌
ଅହମ୍ମଦାବାଦ: ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଟ୍ବିଟ୍‌ କରିବାରେ ବେଶ ସିଦ୍ଧହସ୍ତ। ଅହମଦାବାଦରେ ଅବତରଣ ପୂର୍ବରୁ ବିମାନ ଏୟାର ଫୋର୍ସ ଵାନ ଭିତରେ ଥାଇ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ଟ୍ବିଟର ହାଣ୍ଡେଲରେ କରିଥିବା ଏକ ହିନ୍ଦୀ ଟ୍ବିଟ୍‌କୁ କେନ୍ଦ୍ର କରି ଏବେ ସୃଷ୍ଟି ହୋଇଛି ବିଶ୍ୱବ୍ୟାପୀ ଚର୍ଚ୍ଚା। ନିଜ ହିନ୍ଦୀ ଟ୍ବିଟ୍‌ରେ ରାଷ୍ଟ୍ରପତି ଟ୍ରମ୍ପ ଲେଖିଛନ୍ତି, ‘ପ୍ରଥମ୍‌ ମହିଲା (ଫାଷ୍ଟ ଲେଡି) ଔର ମେଁ ଇସ୍‌ ଦେଶ କେ ହର୍‌ ନାଗରିକ କୋ ଏକ୍‌ ସନ୍ଦେଶ ଦେନେ କେ ଲିୟେ ଦୁନିଆ କା ୮୦୦୦ ମାଇଲ୍‌ କା ଚକ୍କର ଲଗା କେ ଆୟା ହୈ। ଆମେରୀକି ଭାରତ କୋ ପ୍ରେମ୍‌ କର୍‌ତା ହୈ ଔର ଆମେରିକା କେ ଲୋଗ୍‌ ହମେସା ଭାରତ କେ ଲୋଗୋ କା ସଚ୍ଚା ଔର ନିଷ୍ଠାବାନ ଦୋସ୍ତ ରହେଗେଁ’।

ସମ୍ବନ୍ଧିତ ଖବର