ସୁରଟ୍‌ ଦୁଷ୍କର୍ମ ମାମଲା : ଦୋଷୀ ସାବ୍ୟସ୍ତ ହେଲେ ଆଶାରାମଙ୍କ ପୁଅ ନାରାୟଣ ସାଇ, ଏପ୍ରିଲ ୩୦ରେ ଦଣ୍ଡ ଶୁଣାଇବେ ଅଦାଲତ

ସୁରଟ୍‌ : ଧର୍ମଗୁରୁ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇଙ୍କୁ ଶୁକ୍ରବାର ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି ସୁରଟ୍‌ ସେସନ କୋର୍ଟ। ନାରାୟଣ ସାଇଙ୍କ ବିରୋଧରେ ସୁରଟ୍‌ର ଦୁଇ ଭଉଣୀ ଦୁଷ୍କର୍ମର ଅଭିଯୋଗ ଆଣିଥିଲେ । ଅଦାଲତ ଏହି ମାମଲାକୁ ବିଚାର କରି ନାରାୟଣ ସାଇଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଏପ୍ରିଲ ୩୦ରେ ଦଣ୍ଡ ଶୁଣାଇାବ ବୋଲି ଘୋଷଣା କରିଛନ୍ତି । ୧୧ବର୍ଷ ପୁରୁଣା ଏହି ମାମଲା ଉପରେ ଅଦାଲତ ଆଜି ରାୟ ଶୁଣାଇଛନ୍ତି । ନାରାୟଣଙ୍କ ଭଳି ତାଙ୍କ ବାପା ମଧ୍ୟ ଦୁଷ୍କର୍ମ ମାମଲାକୁ ନେଇ ଯୋଧପୁର ଜେଲ୍‌ରେ ବନ୍ଦୀ ଅଛନ୍ତି ।

Outlook India

ସୂଚନା ମୁତାବକ, ପୁଲିସ ୨୦୧୩ରେ ଦୁଇ ପୀଡ଼ିତା ଭଉଣୀଙ୍କ ବୟାନ ରେକର୍ଡ କରିବା ସହ ପ୍ରମାଣ ଆଧାରରେ ଆଶାରାମ ବାପୁ ଏବଂ ନାରାୟଣ ସାଇଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଦୁଇ ଭଉଣୀଙ୍କ ମଧ୍ୟରୁ ସାନ ଭଉଣୀ ନାରାୟଣ ସାଇଙ୍କ ବିରୋଧରେ ପ୍ରମାଣ ଦେବା ସହ ଦୁଷ୍କର୍ମ କରାଯାଉଥିବା ଆଡ୍ଡା ଚିହ୍ନଟ କରିଥିବା ବେଳେ ବଡ଼ ଭଉଣୀ ଆଶାରାମ ବାପୁଙ୍କ ବିରୋଧରେ ଦୁଷ୍କର୍ମର ଅଭିଯୋଗ ଆଣିଥିଲେ । ମାମଲା ରୁଜୁ ହେବାର ଦୁଇ ମାସ ପରେ ହରିୟାଣା-ଦିଲ୍ଲୀର ସୀମାରୁ ପୁଲିସ ନାରାୟଣ ସାଇଙ୍କୁ ଗିରଫ କରିଥିଲା ।

ସମ୍ବନ୍ଧିତ ଖବର