ନାରାୟଣଦତ୍ତ ତିୱାରୀଙ୍କ ପୁଅ ମୃତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନାରାୟଣଦତ୍ତ ତିୱାରୀଙ୍କ ପୁଅ ରୋହିତ ଶେଖର ତିୱାରୀଙ୍କ ମଙ୍ଗଳବାର ମୃତ୍ୟୁ ଘଟିଛି। ରୋହିତଙ୍କ ମୃତ୍ୟୁ ହୃଦଘାତଜନିତ ହୋଇଥିବା କୁହାଯାଉଛି। ରୋହିତ ୨୦୧୪ରେ କଂଗ୍ରେସ ନେତା ନାରାୟଣଦତ୍ତ ତାଙ୍କ ବାପା ବୋଲି ଦାବି କରି କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ରୋହିତ ଦାବି କରିଥିଲେ, ତାଙ୍କ ମା ସହ ନାରାୟଣଦତ୍ତଙ୍କ ସମ୍ପର୍କରୁ ସେ ଜନ୍ମ ହୋଇଛନ୍ତି। ତେଣୁ ସେ ତାଙ୍କର ଜୈବିକ ପୁତ୍ର। ବହୁବାଦବିବାଦ ପରେ ନାରାୟଣଦତ୍ତଙ୍କୁ ତାଙ୍କ ଡିଏନ୍‌ଏ ନମୁନା ଦେବାକୁ ପଡିଥିଲା। ଡିଏନ୍‌ଏ ପରୀକ୍ଷା ପରେ ରୋହିତ ତାଙ୍କ ପୁଅ ବୋଲି ପ୍ରମାଣ ହୋଇଥିଲା ଏବଂ ନାରାୟଣଦତ୍ତ ମଧ୍ୟ ରୋହିତଙ୍କୁ ପୁଅ ଭାବେ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର