ଇସ୍ଲାମାବାଦ : ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇ ଅପଦସ୍ଥ ହେବା ସତ୍ତ୍ୱେ ପାକିସ୍ତାନ ନିଜର ଭାରତ ବିରୋଧୀ କାର୍ଯ୍ୟକଳାପ ଜାରି ରଖିଛି । ଆଜି ବସିଥିବା କଶ୍ମୀର କମିଟିର ପ୍ରଥମ ବୈଠକ ପରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସୀ କହିଛନ୍ତି, ଭାରତ ଏବେ ନେହେରୁଙ୍କ ନୀତିକୁ ଜଳାଞ୍ଜଳି ଦେଇସାରିଛି । ଏବେ ଭାରତ ଡୋଭାଲଙ୍କ ନୀତି ଅନୁସାରେ ଚାଲିଛି । ଗତ ୫ ତାରିଖରେ ଭାରତ ସରକାର କଶ୍ମୀରରୁ ଧାରା ୩୭୦ ଉଠାଇବାର ଦିନକ ପରେ ଅର୍ଥାତ ଅଗଷ୍ଟ ୬ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏହି କମିଟି ଗଠନ କରିଥିଲେ ।
କଶ୍ମୀର ପ୍ରସଙ୍ଗର ଅନ୍ତର୍ଜାତୀୟକରଣ କରିବାକୁ ପାକିସ୍ତାନ ଏକ ନୂଆ ଯୋଜନା କରୁଛି । ଏହି ଯୋଜନା ଅନୁସାରେ ବିଶ୍ୱର ଶକ୍ତିଶାଳୀ ଓ ପ୍ରଭାବଶାଳୀ ଦେଶରେ ଥିବା ପାକିସ୍ତାନର ଦୂତାବାସ ଗୁଡ଼ିକରେ କଶ୍ମୀର ସେଲ୍ ଖୋଲାଯିବ । ଏସବୁ ସେଲ ମାଧ୍ୟମରେ କଶ୍ମୀର ପ୍ରସଙ୍ଗ ସଂପର୍କରେ ସଂପୃକ୍ତ ଦେଶରେ ଜନମତ ସୃଷ୍ଟି କରାଯିବ ବୋଲି ସେ କହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/shah-mehmood1.jpg)