ସକ୍ରିୟ ରାଜନୀତିରେ ପ୍ରିୟଙ୍କାଙ୍କ ପ୍ରବେଶକୁ ନେଇ ମୋଦିଙ୍କ କଟାକ୍ଷ: କିଛି ଲୋକଙ୍କ ପାଇଁ ପରିବାରର ମାନେ ହେଉଛି ଦଳ

ନୂଆଦିଲ୍ଲୀ : ବୁଧବାର ସକ୍ରିୟ ରାଜନୀତିରେ ଯୋଗ ଦେଇଛନ୍ତି ପ୍ରିୟଙ୍କା ଗାନ୍ଧି । ତାଙ୍କୁ କଂଗ୍ରେସର ମହାସଚିବ ଭାବେ ନିଯୁକ୍ତି ଦିଆ ଯାଇଛି । ଫେବୃଆରି ମାସର ପ୍ରଥମ ସପ୍ତାହରୁ ସେ ପୂର୍ବ ଉତ୍ତରପ୍ରଦେଶର ସାଧାରଣ ସଂପାଦକ ଭାବେ ଦାୟିତ୍ୱ ଗ୍ରହଣ କରିବେ । ପ୍ରିୟଙ୍କା ଗାନ୍ଧିଙ୍କୁ ସକ୍ରିୟ ରାଜନୀତିକୁ ଆଣିବାକୁ କଂଗ୍ରେସର ନିଷ୍ପତ୍ତି ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଅନେକ ତାଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସର ଏଭଳି ନିଷ୍ପତ୍ତିକୁ ନାପସନ୍ଦ କରିଥିବା ଦେଖା ଯାଇଛି । ରାଜନୀତିରେ ପ୍ରିୟଙ୍କାଙ୍କ ପ୍ରବେଶକୁ କଟାକ୍ଷ କରି କିଛି ଲୋକଙ୍କ ପାଇଁ ପରିବାର ଅର୍ଥ ହେଉଛି ଦଳ ବୋଲି କହିଛନ୍ତି ମୋଦି ।

zeenews.india.com

ମହାରାଷ୍ଟ୍ରର ଦଳୀୟ କର୍ମକର୍ତ୍ତାଙ୍କ ସହ କଥାବାର୍ତ୍ତା ଚାଲିଥିବା ବେଳେ ସେ ଏଭଳି ମନ୍ତବ୍ୟ ରଖିଛନ୍ତି । “ଆମ ଦଳରେ କିଏ କେଉଁ ପରିବାରରୁ ଆସିଛି ବା କୌଣସି ନିର୍ଦ୍ଦିଷ୍ଟ ପରିବାର କ’ଣ ଚାହୁଁଛି ତାକୁ ଦୃଷ୍ଟିରେ ରଖି କୌଣସି ନିଷ୍ପତ୍ତି ନିଆଯାଏ ନାହିଁ । ଅନେକ ସମୟରେ ପରିବାରକୁ ଦଳ ବୋଲି କୁହାଯାଇଥାଏ । କିନ୍ତୁ ବିଜେପି ପାଇଁ ଦଳ ହେଉଛି ପରିବାର । ବିଜେପି ହେଉଛି ଏକମାତ୍ର ଦଳ, ଯିଏ ଲୋକତନ୍ତ୍ରର ସିନ୍ଧାନ୍ତକୁ ପାଳନ କରୁଛି । ଲୋକତନ୍ତ୍ର ଆମ ସଂସ୍କୃତିର ଏକ ଅଂଶ । ଦଳୀୟ କର୍ମକର୍ତ୍ତାମାନଙ୍କ ଦ୍ୱାରା ବିଜେପି  ଗଠନ ହୋଇଛି,ଯାହାକୁ ଦେଶ ପାଇଁ ସମର୍ପିତ କରି ଦିଆ ଯାଇଛି” ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ସମ୍ବନ୍ଧିତ ଖବର