ଆସନ୍ତାକାଲି ମାଆଙ୍କ ଆଶୀର୍ବାଦ ନେବାଲାଗି ଗୁଜୁରାଟ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଆଗାମୀ ୩୦ ତାରିଖରେ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି। ତେବେ ତା‘ ପୂର୍ବରୁ ନରେନ୍ଦ୍ର ମୋଦୀ ଆସନ୍ତାକାଲି (୨୬ ତାରିଖ) ମାଆ ହୀରା ବେନଙ୍କୁ ଭେଟିବାଲାଗି ଗୁଜୁରାଟ ଯିବେ। ସେ ମାଆଙ୍କ ଆଶୀର୍ବାଦ ନେବା ସହ ଗୁଜୁରାଟ ବାସୀଙ୍କୁ ବି ଧନ୍ୟବାଦ ଜଣାଇବେ ବୋଲି ଜଣାଯାଇଛି। ସେଥିଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାନ୍ଧୀନଗରରେ ଗୋଟିଏ ଦିନ ରହିବେ ବୋଲି ବି ଜଣାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗୁଜୁରାଟରେ ବିଜେପି ସମସ୍ତ ୨୬ଟି ଆସନରେ ବିଜୟୀ ହୋଇଛି।

ଏହାପରେ ମୋଦୀ ମେ’ ୨୮ରେ ବାରାଣସୀ ଯାଇ କାଶୀ ବିଶ୍ୱନାଥଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ ବୋଲି ସୂଚନା ମିଳିଛି । ସେ ଭଗବାନ ଶିବଙ୍କ ଠାରୁ ଆଶୀର୍ବାଦ ନେଇ ଦ୍ୱିତୀୟ ଥର ଭାରତର କ୍ଷମତା ଗ୍ରହଣ କରିବେ । ତାଙ୍କ ବିଜୟରେ କାଶୀବାସୀଙ୍କ ଆଶୀର୍ବାଦ ରହିଛି ଏବଂ ସେଥିପାଇଁ ସେ ଶପଥ ଗ୍ରହଣ କରିବା ପୂର୍ବରୁ ସାଧାରଣ ଜନତାଙ୍କୁ ଭେଟିବେ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର