ଏୟାର ଷ୍ଟ୍ରାଇକ୍‌ ପରେ ମୋଦୀଙ୍କ ଲୋକପ୍ରିୟତା ବଢ଼ିଛି : ସର୍ଭେ

0

ନୂଆଦିଲ୍ଲୀ : ଯାହା ୪ବର୍ଷ ମଧ୍ୟରେ ହୋଇ ନଥିଲା ତାହା ଏହି କିଛି ମାସ ମଧ୍ୟରେ ସମ୍ଭବ ହୋଇ ପାରିଛି । ପୂର୍ବ ଅପେକ୍ଷା ଏହି କିଛି ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ବଢ଼ି ଯାଇଥିବା ଏକ ସର୍ଭେ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ପୁଲଓ୍ଵାମାର ପ୍ରତିଶୋଧ ପାଇଁ ବାଲାକୋଟ୍‌ରେ ଏୟାର ଷ୍ଟ୍ରାଇକ୍‌, ନୂଆ ଚାକିରି କୋଟା ଏବଂ କୃଷକଙ୍କ ପାଇଁ ଆର୍ଥିକ ସହାୟତା ଦେଇ ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବଠାରୁ ଅଧିକ ଲୋକପ୍ରିୟ ହୋଇ ସାରିଛନ୍ତି ବୋଲି ନିର୍ବାଚନ ପୂର୍ବରୁ କରାଯାଇଥିବା ସର୍ଭେରୁ ସ୍ପଷ୍ଟ ହୋଇଛି ।

Bloomberg

କରାଯାଇଥିବା ସର୍ଭେରୁ ୪୩ ପ୍ରତିଶତ ଲୋକେ ପୁଣି ଥରେ ମୋଦୀ ସରକାର ଆସୁ ଏବଂ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁଥିବା ଜଣା ପଡ଼ିଛି, ଯାହା ୨୦୧୪ରେ ହୋଇଥିବା ନିର୍ବାଚନଠାରୁ ୭ପ୍ରତିଶତ ଅଧିକ । ୨୦୧୪ରେ ଯେତିକି ଲୋକେ ମୋଦୀଙ୍କୁ ପସନ୍ଦ କରୁଥିଲେ, ଏବେ ତାହାଠାରୁ ୭ପ୍ରତିଶତ ଅଧିକ ଲୋକ ତାଙ୍କୁ ପସନ୍ଦ କରିବା ସହ ମୋଦୀଙ୍କୁ ସମର୍ଥନ କରୁଛନ୍ତି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.