ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ଶୁଭମନାସୀ ଆସାନ୍‌ସୋଲ୍‌ର କଲ୍ୟାଣେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ପତ୍ନୀ ଯଶୋଦାବେନ୍‌

ଆସାନ୍‌ସୋଲ/ ଧାନବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୬୯ ତମ ଜନ୍ମଦିନ ପାଳନ ଅବସରରେ ଆଜି ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ପକ୍ଷରୁ ତାଙ୍କର ଶୁଭମନାସି ଦେଶବ୍ୟାପି ବିଭିନ୍ନ ମନ୍ଦିରରେ ପୂଜାପାଠ କରାଯାଇଛି। ନିଜ ଜନ୍ମଦିନ ଅବସରରେ ଖୋଦ୍‌ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ମା’ ନିକଟକୁ ଯାଇ ତାଙ୍କର ଆଶୀର୍ବାଦ ମଧ୍ୟ ନେଇଛନ୍ତି।

ତେବେ, ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପତ୍ନୀ ଯଶୋଦାବେନ୍‌ ମଧ୍ୟ ପଶ୍ଚିମବଙ୍ଗର ଆସାନ୍‌ସୋଲ୍‌ରେ ଥିବା ପ୍ରସିଦ୍ଧ କଲ୍ୟାଣେଶ୍ୱରୀ ମନ୍ଦରକୁ ଯାଇ ସେଠାରେ ଦେବୀଙ୍କ ପୂଜାର୍ଚ୍ଚନା କରିବା ସହ ଦେବୀଙ୍କ ନିକଟରେ ମୋଦୀଙ୍କ ଶୁଭମନାସି ଥିବା ଜାଣିବାକୁ ମିଳିଛି।

My Nation

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ସଂପ୍ରତି ଝାଡ଼ଖଣ୍ଡର ଧାନବାଦକୁ ଦୁଇ ଦିନିଆ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପତ୍ନୀ ଯଶୋଦାବେନ ଆଜି ଧାନବାଦରୁ ଆସାନ୍‌ସୋଲ୍‌ ଆସି ପ୍ରସିଦ୍ଧ କଲ୍ୟାଣେଶ୍ୱରୀ ମନ୍ଦିରରେ ପହଞ୍ଚିଥିଲେ। ମଧ୍ୟାହ୍ନ ୧୨ଟା ୩୦ ମିନିଟ ସମୟରେ କଲ୍ୟାଣେଶ୍ୱରୀ ମନ୍ଦିରରେ ପହଞ୍ଚିବା ପରେ ଯଶୋଦାବେନ୍‌ ମନ୍ଦିରର ଗର୍ଭ ଗୃହ ମଧ୍ୟକୁ ଯାଇ ସେଠାରେ ଦୀର୍ଘ ଅଧଘଣ୍ଟା କାଳ ବିତାଇ ପଜାପାଠ କରିବା ସହ ଦେବୀ ମା’ଙ୍କର ମଧ୍ୟାହ୍ନ ଆରତିରେ ମଧ୍ୟ ଅଶଂଗ୍ରହଣ କରିଥିବା କହିଛନ୍ତି କଲ୍ୟାଣେଶ୍ୱରୀ ମନ୍ଦିରର ମୁଖ୍ୟ ପୂଜକ ଗଣେଶ ଦେଓଘରିଆ।

ସମ୍ବନ୍ଧିତ ଖବର