ନରୋଦା ପଟିୟା ହିଂସାକାଣ୍ଡ:୩ ଦୋଷୀଙ୍କୁ ୧୦ ବର୍ଷ ଲେଖାଏଁ ଜେଲ

0 89

ଅହମ୍ମଦାବାଦ: ବହୁ ଚର୍ଚ୍ଚିତ ନରୋଦା ପଟିୟା ହିଂସାକାଣ୍ଡ ମାମଲାରେ ଆଜି ଗୁଜରାଟ ହାଇକୋର୍ଟ ୩ଜଣ ଦୋଷୀଙ୍କୁ ୧୦ ବର୍ଷ ଲେଖାଏଁ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ହାଇକୋର୍ଟ ସୁରାଭାଇ ଭରଓ୍ଵାର୍ଡ, ପଦମେନ୍ଦ୍ର ସିଂହ ଯଶଓ୍ଵନ୍ତ ସିଂହ ରାଜପୁତ ଓ ଗୋପୀରାମ ଚୌମଲକୁ ୧୦ ବର୍ଷ ଲେଖାଏଁ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୧୨ ମସିହାରେ ଏସଆଇଟିର ସ୍ୱତନ୍ତ୍ର କୋର୍ଟ ଏହି ୩ ଦୋଷୀଙ୍କ ସମେତ ଅନ୍ୟ ୨୯ ଜଣଙ୍କୁ ଦୋଷମୁକ୍ତ କରିଥିଲେ। କିନ୍ତୁ ଏସଆଇଟି କୋର୍ଟଙ୍କ ଏହି ନିଷ୍ପତ୍ତିକୁ ଚାଲେଞ୍ଜ କରି ଗୁଜରାଟ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା। ଗତ ଏପ୍ରିଲ ୨୦ ତାରିଖରେ କୋର୍ଟ ଏହି ମାମଲାର ଶୁଣାଣି କରି ଏହି ୩ ଜଣଙ୍କୁ ହିଂସା ସୃଷ୍ଟି କରିଥିବା ଘଟଣାରେ ଦୋଷୀ ସାବ୍ୟସ୍ତ କରିବା ସହିତ ରାୟକୁ ସଂରକ୍ଷିତ ରଖିଥିଲେ। ୨୦୦୨ ମସିହା ଫେବ୍ରୁଆରି ୨୭ରେ ଗୁଜରାଟର ଗୋଧ୍ରାଠାରେ ସାବରମତି ଏକ୍ସପ୍ରେସର କିଛି ବଗିରେ ନିଆଁ ଲଗାଇ ଦିଆଯାଇଥିଲା। ଏହାପରେ ୨୮ ତାରିଖରେ ନରୋଦା ପଟିୟା ଅଞ୍ଚଳରେ ଉତ୍ତ୍ୟକ୍ତ ଲୋକେ କିଛି ଘର ଜଳାଇ ଦେଇଥିଲେ। ଏଥିରେ ୯୭ ଜଣଙ୍କ ମୃତ୍ୟୁ ହୋଇଥିଲାା

ସମ୍ବନ୍ଧିତ ଖବର

Leave A Reply

Your email address will not be published.