ରାମନଗର: ଉତ୍ତରାଖଣ୍ଡର ଜିମ୍ କର୍ବେଟ୍ ଜାତୀୟ ଉଦ୍ୟାନରେ ହାତୀ ହାବୁଡ଼ରେ ପଡ଼ି ଦୁଇ ଜଣ କାର୍ ଆରୋହୀ ବ୍ୟକ୍ତି ମରୁ ମରୁ ବଞ୍ଚିଯାଇଛନ୍ତି। ବୃତ୍ତିରେ ଶିକ୍ଷକ ସେ ଦୁଇ ବ୍ୟକ୍ତି କାର୍ ଯୋଗେ କର୍ମକ୍ଷେତ୍ରକୁ ଯାଉଥିବା ବେଳେ ୧୨୧ ନମ୍ବର ଜାତୀୟ ରାଜପଥର ରାମନଗର ଠାରେ ଗୋଟାଏ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ।
ରାଜପଥର ସେଇ ଖଣ୍ଡକ ଜିମ୍ କର୍ବେଟ୍ ଜାତୀୟ ଉଦ୍ୟାନ ମଧ୍ୟ ଦେଇ ପଡ଼ିଛି ଏବଂ ତାହାକୁ ହାତୀ କରିଡର୍ ବର୍ଗୀକରଣ କରାଯାଇଛି। ଜାତୀୟ ଉଦ୍ୟାନର ଜୀବଜନ୍ତୁମାନଙ୍କୁ ନିରାପଦ ରଖିବା ବା ଦୁର୍ଘଟନା ଏଡ଼ାଇବାକୁ ରାତିରେ ସେ ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ କରାଯାଇଥାଏ।
ହାତୀଟାଏ ସେମାନଙ୍କ ଆଡ଼କୁ ମାଡ଼ି ଆସୁଥିବା ଦେଖି ଦୁହେଁ ଛାନିଆରେ କାର୍ ଅଟକାଇ ବାହାରି ପଳାଇଗଲେ। ଗୋଳମାଳିଆ ଶବ୍ଦ ଶୁଣି ନିକଟରେ ଥିବା ବନରକ୍ଷୀମାନେ ଘଟନାସ୍ଥଳକୁ ଧାଇଁ ଆସିଲେ।
ସେମାନେ ଦେଖିଲେ, ହାତୀଟାଏ ଶିକ୍ଷକମାନଙ୍କ କାର୍ରେ ଖେଳୁଛି। ତା’ପରେ ସେ ମାରୁତି ସୁଜୁକି କାରଟିକୁ ଓଲଟାଇବାକୁ ଚେଷ୍ଟା କରୁଛି। ବନକର୍ମଚାରୀମାନେ ହାତୀଟିକୁ ଘଉଡ଼ାଇବାକୁ ଚିତ୍କାର କଲେ, କିନ୍ତୁ ହାତୀ ହୁଙ୍କିଲା ନାହିଁ।
ଶେଷକୁ ବନରକ୍ଷୀମାନେ ଫାଙ୍କା ଗୁଳି ଚାଳନା କଲେ। ଅଗତ୍ୟା ହାତୀ କାର୍ଟିକୁ ଓଲଟାଇ ନ ପାରି ବଣ ଭିତରକୁ ଫେରିଗଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/elephant-attack.jpg)