ସ୍ପେସ୍‌ଷ୍ଟେସନ୍‌ରେ ଥାଇ ପୂର୍ବତନ ସ୍ୱାମୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ହ୍ୟାକ୍‌ କରିଛନ୍ତି ନାସା ମହାକାଶଚାରିଣୀ

ନୂଆଦିଲ୍ଲୀ: ଇଣ୍ଟର୍‌ନେସ୍‌ନାଲ୍‌ ସ୍ପେସ୍‌ ଷ୍ଟେସନ୍‌ରେ ବାସ କରୁଥିବା ବେଳେ ଜଣେ ମହାକାଶଚାରିଣୀ ତାଙ୍କ ପୂର୍ବତନ ସ୍ୱାମୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ହ୍ୟାକ୍‌ କରିଛନ୍ତି ବୋଲି ହୋଇଥିବା ଅଭିଯୋଗର ତଦନ୍ତ କରୁଛି ‘ନାସା’।

ମହାକାଶଚାରିଣୀ ଆନ୍ନି ମ୍ୟାକ୍‌କ୍ଲେନ୍‌ଙ୍କ ବିରୋଧରେ ଏଭଳି ଅଭିଯୋଗ କରିଛନ୍ତି ତାଙ୍କୁ ଛାଡ଼ପତ୍ର ଦେଇଥିବା ସ୍ୱାମୀ ସମର୍‌ ଓ୍ଵର୍ଡେନ୍‌। ଏଥିପାଇଁ ସେ ଫେଡେରାଲ୍‌ ଟ୍ରେଡ୍‌ କମିସନ୍‌ରେ ଫେରାଦ ହୋଇଛନ୍ତି। ଓ୍ଵର୍ଡେନ୍‌ଙ୍କ ଅର୍ଥନୈତିକ ରେକର୍ଡକୁ ବେଆଇନ୍‌ ଭାବେ ଆକ୍‌ସେସ୍‌ କରିବାକୁ ପରିଚିତି ଚୋରି କରିଛନ୍ତି ବୋଲି ମ୍ୟାକ୍‌କ୍ଲେନ୍‌ଙ୍କ ଉପରେ ଦୋଷାରୋପ କରି ତାଙ୍କ ପରିବାରର ଜଣେ ସଦସ୍ୟ ମଧ୍ୟ ‘ନାସା’ର ଇଣ୍ଟର୍‌ନାଲ୍‌ ଅଫିସ୍‌ ଅଫ୍‌ ଇନ୍‌ସ୍‌ପେକ୍ଟର୍‌ ଜେନେରାଲ୍‌ଙ୍କ ନିକଟରେ ଅଭିଯୋଗ କରିଛନ୍ତି।

Image Source: RT

ଓ୍ଵର୍ଡେନ୍‌ଙ୍କ କହିବା ଅନୁସାରେ, ‘ନାସା’ ଅନୁବନ୍ଧିତ କମ୍ପ୍ୟୁଟର୍‌ ନେଟ୍‌ଓ୍ଵାର୍କଙ୍କ ଅନୁମତି ବିନା ଆନ୍ନା ନିଜ ଆକାଉଣ୍ଟ୍‌କୁ ଆକ୍‌ସେସ୍‌ କରିଛନ୍ତି। ଅଧିକ ଖୋଳତାଡ଼ କରିବା ପରେ ବାୟୁସେନାର ପୂର୍ବତନ ଗୁଇନ୍ଦା ଅଧିକାରୀ ଓ୍ଵର୍ଡେନ୍‌ ଜାଣି ପାରିଛନ୍ତି କି, ସେ ଇଣ୍ଟର୍‌ନେସ୍‌ନାଲ୍‌ ସ୍ପେସ୍‌ ଷ୍ଟେସନ୍‌ରେ ଥିବା ବେଳେ ହିଁ ନିଜ ଆକାଉଣ୍ଟ୍‌ ଆକ୍‌ସେସ୍‌ କରିଥିଲେ।

ଇଣ୍ଟର୍‌ନେସ୍‌ନାଲ୍‌ ସ୍ପେସ୍‌ ଷ୍ଟେସନ୍‌ରେ ଛଅମାସ ରହିବା ପରେ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିଥିବା ମ୍ୟାକ୍‌କ୍ଲେନ୍‌ ନିଜ ଆକାଉଣ୍ଟ ଆକ୍‌ସେସ୍‌ କରିଥିବା କଥା ସ୍ୱୀକାର କରିଥିଲେ ବି କୌଣସି ଅନୈତିକ କାମ କରି ନାହାନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର