ନାସା ଫଟୋଚିତ୍ରରୁ ଚାଞ୍ଚଲ୍ୟକର ତଥ୍ୟ: ମଧ୍ୟ ଓ ଉତ୍ତର ଭାରତରେ ଅଗ୍ନିବର୍ଷା, ବାୟୁମଣ୍ଡଳରେ ବ୍ୟାପୁଛି  କ୍ଷତିକାରକ ବ୍ଲାକକାର୍ବନ୍

ନୂଆଦିଲ୍ଲୀ : ଆମେରିକାର ନ୍ୟାସନାଲ୍ ଏରୋନେଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ୍ (ନାସା) ପକ୍ଷରୁ ଉପଗ୍ରହ ମାଧ୍ୟମରେ ଉଠିଥିବା ଫଟୋଚିତ୍ର ବର୍ତ୍ତମାନ ଭାରତୀୟ ପାଣିପାଗ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇ ଦେଇଛି। ଗତ ୧୦ ଦିନ ଧରି ନାସା ପକ୍ଷରୁ ସଂଗ୍ରହ କରାଯାଇଥିବା ଫଟୋର ଭାରତର ବିଭିନ୍ନ ସ୍ଥାନ ଲାଲ୍ ଚିହ୍ନିତ ହୋଇଛି। ଏହା ସୂଚିତ କରୁଛି ଯେ ଲାଲ୍ ଚିହ୍ନିତ ସ୍ଥାନଗୁଡ଼ିକରେ ପ୍ରବଳ ଉତ୍ତାପ ଜାରି ରହିଛି। ମୋଟାମୋଟି ଭାରତର ସେହି ସବୁ ରାଜ୍ୟରେ ଅଗ୍ନି ବର୍ଷୁଛି । ନାସାର ଫଟୋ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଛତିଶଗଡ଼ ଆଦି ରାଜ୍ୟରେ ଭୟଙ୍କର ଅଗ୍ନିବର୍ଷା ହେଉଥିବା ସ୍ପଷ୍ଟ କରିଛି।

ପାଣିପାଗ ବିଶେଷଜ୍ଞଙ୍କ ଅନୁଯାୟୀ, ମଧ୍ୟ ଭାରତ ସହ ଉତ୍ତର ଭାରତର ଅନେକ ଅଂଚଳ ଏବେ ଅଗ୍ନିବଳୟ ଭିତରେ ରହିଛି । ଜଙ୍ଗଲରେ ନିଆଁ ଲାଗି କିମ୍ବା ବିଭିନ୍ନ ଶସ୍ୟ କ୍ଷେତରେ ଅଗ୍ନିକାଣ୍ଡ ଯୋଗୁ ପ୍ରବଳ ଧୂମକୁଣ୍ଡଳୀ ସୃଷ୍ଟି ହୋଇଥିବା ଅନୁମାନ କରିଛନ୍ତି ନାସାର ବୈଜ୍ଞାନିକ । ଏହା ଯୋଗୁଁ ଉତ୍ତାପ ପ୍ରବଳ ହୋଇଛି। ଏହାର ପ୍ରଭାବରେ ବାୟୁମଣ୍ଡଳରୁ ବ୍ଲାକକାର୍ବନ୍ ନିର୍ଗତ ହେଉଛି, ଯାହାକି ପ୍ରଦୂଷଣ ବଢ଼ାଇବା ସହ କ୍ଷତିକାରକ ମଧ୍ୟ।

ସମ୍ବନ୍ଧିତ ଖବର