ଓ୍ଵାଶିଂଟନ: ଆମେରିକୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ନାସା ୨୦୨୦ ମସିହାରେ ମଙ୍ଗଳରେ ଲଞ୍ଚ୍ ହେବାକୁ ଥିବା ରୋଭରର ପରୀକ୍ଷଣ କରିବା ପାଇଁ ଏକ ସାଉଣ୍ଡିଂ ରକେଟ୍ ଲଞ୍ଚ୍ କରିଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ସାଉଣ୍ଡିଂ ରକେଟ୍ ଉଡାଣ ଜରିଆରେ ମହାକାଶ ସଂପର୍କିତ ବିଭିନ୍ନ ପରୀକ୍ଷଣ କରାଯିବା ସହ ତଥ୍ୟ ସଂଗ୍ରହ କରିବା ମଧ୍ୟ ସହଜ ହୋଇଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ନାସାର ଜେଟ୍ ପ୍ରପୁଲ୍ସନ୍ ଲ୍ୟାବ୍(ଜେପିଏଲ୍)ରେ ଏହି ରକେଟ୍ ତିଆରି କରାଯାଇଛି। ନାସା ପକ୍ଷରୁ ପ୍ରକାଶ ପାଇଛି ଯେ ମଙ୍ଗଳ ଗ୍ରହର ସ୍ଥିତିକୁ ଅନୁଶୀଳନ କରାଯିବା ପରେ ହିଁ ସେହି ଅନୁସାରେ ଏହି ରକେଟ୍ ତିଆରି କରାଯାଇଛି।
ମହାକାଶରୁ ପୃଥିବୀକୁ ଫେରିବା ସମୟରେ ଏହି ରକେଟ୍ ଆଟାଲାଣ୍ଟିକ୍ ମହାସାଗରରେ ପଡ଼ିବ । ଏହାକୁ ବୈଜ୍ଞାନିକମାନେ ପରୀକ୍ଷଣ କରିବା ସହ ସେଥିରୁ ତଥ୍ୟ ସଂଗ୍ରହ ମଧ୍ୟ କରିବେ।
ଏ ସଂପର୍କରେ ଜିପିଏଲ୍ର ଜନୈକ ଇଞ୍ଜିନିୟର କହନ୍ତି କି ୨୦୨୦ ମସିହାରେ ମଙ୍ଗଳ ଗ୍ରହକୁ ପଠାଯିବାକୁ ଥିବା ରୋଭରର ଡିଜାଇନ୍ କେତେ ମଜ୍ବୁତ୍ ତାହାର ପରୀକ୍ଷଣ କରାଯିବା ପାଇଁ ଏହି ସାଉଣ୍ଡିଂ ରକେଟ୍ର ସୃଷ୍ଟି। ମଙ୍ଗଳ ଗ୍ରହର ବାତାବରଣକୁ ପାଖରୁ ଅନୁଧ୍ୟାନ କରିବା ପାଇଁ ଏହା ଏକ ଉଦ୍ୟମ ମଧ୍ୟ।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ୨୦୨୦ ମସିହା ଜୁଲାଇ କିମ୍ବା ଅଗଷ୍ଟରେ ନାସା ମଙ୍ଗଳକୁ ରୋଭର ପଠାଇବ। ସେହି ସମୟରେ ପୃଥିବୀ ଓ ମଙ୍ଗଳ ଏଭଳି ସ୍ଥିତିରେ ଥିବେ ଯେ, ଫଳରେ ସେହି ସମୟରେ ରୋଭର ପ୍ରେରଣ ପାଇଁ ଅନୁକୂଳ ସମୟ ହେବ।
ଗ୍ରହରେ ଜୀବନ ଖୋଜିବାର ଏହା ଆଉ ଏକ ପ୍ରକ୍ରିୟା। କେବଳ ରହଣି ଯୋଗ୍ୟ ବାତାବରଣ ନୁହେଁ, ବରଂ ଏହାଦ୍ୱାରା ପୂର୍ବରୁ ରହିଥିବା ଜୀବମାନଙ୍କର ବି ଚିହ୍ନଟ କରାଯାଇ ପାରିବ।