ନାସାର ଐତିହାସିକ ପଦକ୍ଷେପ: ସୂର୍ଯ୍ୟଙ୍କ ଉପରେ ଗବେଷଣା ପାଇଁ ପଠାଇଲା ସ୍ପେସକ୍ରାଫ୍ଟ

ଓ୍ଵାସିଙ୍ଗଟନ୍‌: ନାସା ସୂର୍ଯ୍ୟଙ୍କ ଅତି ନିକଟକୁ ଯାଇ ରହସ୍ୟ ଖୋଲିବା ନେଇ ପାର୍କର ସୋଲାର ସ୍ପେସକ୍ରାଫ୍ଟକୁ ଲଞ୍ଚ କରିଛି। ନାସାର କ୍ୟାନେଡି ସ୍ପେସ ସେଣ୍ଟରରୁ ଏହାକୁ ଉତ୍‌କ୍ଷେପଣ କରାଯାଇଥିବା ଜଣାପଡ଼ିଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ରବିବାର ଅପରାହ୍ନ ୩ଟା ୩୧ରେ ଏହି ଅତ୍ୟାଧୁନିକ ଯନ୍ତ୍ରକୁ ସୂର୍ଯ୍ୟଙ୍କ ନିକଟକୁ ପଠାଯାଇଛି। ଏହି ସ୍ପେସକ୍ରାଫ୍ଟ ନଭେମ୍ବରରେ ସୂର୍ଯ୍ୟଙ୍କ ନିକଟତର ହେବ ଓ ଅନେକ ତଥ୍ୟ ପଠାଇବ।

ଏହି ଯାନ ସୂର୍ଯ୍ୟଙ୍କ ଅତି ନିକଟକୁ ଯାଇ ତଥ୍ୟ ହାସଲ କରିବ। ଏହି ମିଶନରୁ ସୂର୍ଯ୍ୟକିରଣ ପୃଥିବୀକୁ କେମିତି ଆସୁଛି ତାହା ମଧ୍ୟ ଜଣାପଡ଼ିବ। ନାସା ଏହି ଅଭିଯାନକୁ ‘ଟଚ୍‌ ଦ ସନ୍‌’ ନାମ ଦେଇଛି। କାରଣ ହେଉଛି ପ୍ରଥମ ମିଶନ, ଯାହାକି ସୂର୍ଯ୍ୟଙ୍କ ସବୁଠାରୁ ନିକଟକୁ ପହଞ୍ଚିବ।

ସୂର୍ଯ୍ୟ ଅଭିଯାନର ଯାଇଥିବା ଏହି ସ୍ପେସକ୍ରାଫ୍ଟ ଘଣ୍ଟା ପ୍ରତି ୧୬ ହଜାର କିଲୋମିଟର ଗତି କରିପାରିବ। ପୃଥିବୀ ଠାରୁ ୧୪୯୪ କୋଟି କିଲୋମିଟର ଦୂରରେ ଥିବା ସୂର୍ଯ୍ୟଙ୍କ ନିକଟକୁ ପହଞ୍ଚିବା ପାଇଁ ଏହି ବାୟୁ ଯାନକୁ ୪ ମାସ ଲାଗିବ। ନଭେମ୍ବରରେ ସୂର୍ଯ୍ୟଙ୍କ ନିକଟତର ହେବା ପୂର୍ବରୁ ୬୨ କୋଟି କିଲୋମିଟର ଦୂରରେ ଥିବ।

ଏହି ମିଶନକୁ ନେଇ ନାସା ବୈଜ୍ଞାନିକ ନିକୋଲା ଫୋକ୍ସ କହିଛନ୍ତି, ଆମେ ସୂର୍ଯ୍ୟଙ୍କ ଅତି ନିକଟରେ ପହଞ୍ଚୁଛୁ। କାରେନ ଫୋକ୍ସ ମଧ୍ୟ ଏଠାକୁ ପହଞ୍ଚି ସାରିଛୁ ବୋଲି କହିଥିଲେ। କାରେନ କହିଥିଲେ ସୂର୍ଯ୍ୟଙ୍କ ଠାରୁ ୩.୮୪ ମାଇଲ ଦୂରକୁ ଆମେ ପହଞ୍ଚି ଥିଲୁ।

 

ସମ୍ବନ୍ଧିତ ଖବର