‘ନାସା’ ଭୂ-ବୈଜ୍ଞାନିକଙ୍କ ରିପୋର୍ଟ:ରାମସେତୁ ଅଦ୍ଭୁତ କାରିଗରୀର ନିଦର୍ଶନ

ନୂଆଦିଲ୍ଲୀ: ଭାରତୀୟ ସଂସ୍କୃତି ସହ ଜଡ଼ିତ ରାମାୟଣରେ ବର୍ଣ୍ଣିତ ରାମସେତୁକୁ ନେଇ ଅନେକ ତର୍କ ବିତର୍କ ଲାଗି ରହିଥିବା ବେଳେ ଏହା କୌଣସି ସୁପର୍‌ ମଣିଷଙ୍କ ଅଦ୍ଭୁତ କାର୍ଯ୍ୟ ବୋଲି ନାସା ସ୍ପଷ୍ଟ କରିଛି। ଏତଦ୍‌ବ୍ୟତୀତ ଭାରତରୁ ଶ୍ରୀଲଙ୍କାକୁ ସମୁଦ୍ରପଥରେ ଯୋଡ଼ିବା ପାଇଁ ପ୍ରାଚୀନ କାଳରେ ୪୮ କିଲୋମିଟର ଲମ୍ବର ସେତୁ ନର୍ମାଣ କରାଯାଇଥିବା ନେଇ ମଧ୍ୟ ଅନେକ କିଛି ସ୍ପଷ୍ଟ ହୋଇଛି । ସମୁଦ୍ର ମଧ୍ୟସ୍ଥ ପଥର ଚଟାଣ ସମ୍ପୂର୍ଣ୍ଣ ପ୍ରାକୃତିକ ହୋଇଥିବା ବେଳେ ଏହା ଉପରେ ପଡ଼ିଥିବା ପଥର ଅନ୍ୟସ୍ଥାନରୁ ଆଣି ଏଠାରେ ପକାଯାଇଥିବା ଭୂ-ବୈଜ୍ଞାନିକମାନେ ମତବ୍ୟକ୍ତ କରିଛନ୍ତି।

ତାମିଲନାଡ଼ୁର ରାମେଶ୍ୱରମଠାରୁ ଶ୍ରୀଲଙ୍କାର ମନ୍ନାର ଦ୍ୱୀପକୁ ଏହି ସେତୁ ଯୋଡ଼ି ରଖିଥିବା ନାସାର ଗବେଷଣାରୁ ଜଣାପଡ଼ିଛି। ଭୌଗଳିକ ଦୃଷ୍ଟି କୋଣରୁ ଦେଖିବାକୁ ଗଲେ ଉତ୍ତରରେ ବଙ୍ଗୋପସାଗର ଓ ଦକ୍ଷିଣରେ ଭାରତ ମହାସାଗରକୁ ଏହି ଶୃଙ୍ଖଳ ବିଚ୍ଛିନ୍ନ କରୁଛିି। କିନ୍ତୁ ଭାରତୀୟଙ୍କ ଭାବଧାରା ସହ ଜଡ଼ିତ ରାମାୟଣ ବର୍ଣ୍ଣିତ ରାମସେତୁର ସତ୍ୟତା ନେଇ ପରିଶେଷରେ କିଛି ଠୋସ୍‌ ପ୍ରମାଣ ମିଳିପାରିଛି।

ଭୂବୈଜ୍ଞାନିକ ଡ଼.ଏଲେନ୍‌ ଲେଷ୍ଟରଙ୍କ ଗବେଷଣା ମୁତାବକ ଏହି ସେତୁ ପ୍ରାକୃତିକ ନୁହେଁ। ଏନେଇ ସାଇନ୍ସ ଚ୍ୟନେଲ ପକ୍ଷରୁ ମଧ୍ୟ ଗବେଷଣା କରାଯାଇ ଅନୁରୂପ ତଥ୍ୟ ଉପସ୍ଥାପନା କରାଯାଇଛି। ତେବେ ସମୁଦ୍ରଗର୍ଭରେ ଲୀନ ହୋଇଯାଇଥିବା ଉକ୍ତ ପଥର ଶୃଙ୍ଖଳ ୭ହଜାର ବର୍ଷ ପୁରୁଣା ହୋଇଥିବା ବେଳେ ତା’ ଉପରେ ପକାଯାଇଥିବା ପଥର ୪-୫ ହଜାର ବର୍ଷ ପୁରୁଣା ବୋଲି ଜଣାପଡ଼ିଛି। ରାମସେତୁ ସ୍ପତନ୍ତ୍ର ତଥା ଦୁର୍ଲଭ କୋରେଲ ପଥରରେ ନିର୍ମାଣ କରାଯାଇଥିବା ଜଣାପଡ଼ିଛି। ରାମାୟଣ ଅନୁଯାୟୀ ଏହି ସେତୁର ବୟସ ୩ ହଜାର ୫ ଶହ ବର୍ଷ ହୋଇଥିବା ବେଳେ ବୈଜ୍ଞାନିକଙ୍କ ମତାନୁସାରେ ଏହା ୭ ହଜାର ବର୍ଷ ପୁରୁଣା। ଭାରତୀୟ ସାଟେଲାଇଟ ଓ ଆମେରୀକୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥାନ-ନାସା ପକ୍ଷରୁ ଉତ୍ତୋଳନ କରାଯାଇଥିବା ଫଟୋଚିତ୍ର ଏବଂ ଏହି ସେତୁ ସ୍ଥଳର ବାଲୁକା ଏବଂ ପ୍ରସ୍ତର ଅନୁଧ୍ୟାନରୁ ଏ ବାବଦ ତଥ୍ୟ ଲୋକଲୋଚନକୁ ଆସିଛି।

ସମ୍ବନ୍ଧିତ ଖବର