୨ ବର୍ଷ ଯାତ୍ରା କରିବା ପରେ ବେନ୍ନୁ ଧୂମକେତୁରେ ପହଞ୍ଚିଲା ନାସାର ମହାକାଶ ଯାନ ଆସିରିସ

ମହାକାଶରେ ଆମେରିକୀୟ  ମହାକାଶ ଗବେଷଣା ସଂସ୍ଥା ନାସା ଏକ ବଡ଼ ସଫଳତା ହାସଲ କରିଛି ।  ନାସାର ମହାକାଶ ଯାନ ଆସିରିସ-ଆରଏକ୍ସ ମହାକାଶରେ ଘୁରିବୁଲୁଥିବା ଧୂମକେତୁ ବେନ୍ନୁରେ ଗତକାଲି ପହଞ୍ଚିଛି । ଏହି ଧୂମକେତୁଟି ପୃଥିବୀଠାରୁ ପ୍ରାୟ ୧୩୦ ନିୟୁତ କିଲୋମିଟର ଦୂରରେ ଅବସ୍ଥିତ ।  ପ୍ରାୟ ଦୁଇ ବର୍ଷ ତଳେ ଏହି ମହାକାଶ ଯାନକୁ ବେନ୍ନୁ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।

ଏହି ମହାକାଶ ଅଭିଯାନର ଲକ୍ଷ୍ୟ ହେଉଛି ଏକ ଧୂମକେତୁରେ ପହଞ୍ଚି ସେଠାରେ ଥିବା କିଛି କଠିନ ପଦାର୍ଥ ( ପଥର ବାଲି ମାଟି ଇତ୍ୟାଦି ) ସଂଗ୍ରହ କରି ପୃଥିବୀକୁ ଫେରିଆସିବା । ବେନ୍ନୁର ବ୍ୟାସ ହେଉଛି ପ୍ରାୟ ୫୦୦ ମିଟର ।  ଏକ ମହାକାଶ ଯାନ ପରିକ୍ରମା କରିବାରେ ଏହା ହେଉଛି ସବୁଠାରୁ କ୍ଷୁଦ୍ର ମହାକାଶୀୟ ପିଣ୍ଡ । ଏହି ଧୂମକେତୁଟି ପ୍ରାୟ ୪.୫ ବିଲିୟନ ବର୍ଷ ପୂର୍ବେ ସୌରଜଗତ ସୃଷ୍ଟି ହୋଇଥିବା ସମୟରେ ସୃଷ୍ଟି ହୋଇଥିବା ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି । ଏଥିରେ କାର୍ବନ ଥିବା ଅନୁମାନ କରାଯାଉଛି । ତେବେ ଆସିରିସ ନମୁନା ନେଇ ଫେରିବା ପରେ ଏ ସଂପର୍କରେ ଅନେକ କିଛି ଜଣାପଡିବ ।

 

ସମ୍ବନ୍ଧିତ ଖବର