ନାସାର ଏହି ଶକ୍ତିଶାଳୀ ମହାକାଶ ଯାନ ସୂର୍ଯ୍ୟକୁ ଛୁଇଁବ! ଆସନ୍ତା କାଲି ସକାଳେ ଉତକ୍ଷେପଣ; ଯାତ୍ରା କରିବ ୧୫ କୋଟି କିଲୋମିଟର

ଫ୍ଲୋରିଡା : ରବିବାର ମହାକାଶ ଗବେଷଣା କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି ହେବାକୁ ଯାଉଛି । ସୂର୍ଯ୍ୟକୁ ଛୁଇଁବା ପାଇଁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଏକ ମହାକାଶଯାନ ପାର୍କର ସୋଲାର ପ୍ରୋବ ଉତକ୍ଷେପଣ କରିବ ବୋଲି ଜଣାପଡ଼ିଛି । ଆମେରିକାର ଫ୍ଲୋରିଡାରୁ ଶନିବାର ସମୟ ପ୍ରାୟ ଅପରାହ୍ନ ୧ଟା ୧୮ ବେଳେ ଏହା ଉତକ୍ଷେପଣ କରାଯିବା କାର୍ଯ୍ୟକ୍ରମ ଥିବା ବେଳେ ଏହାକୁ ରବିବାର ସକାଳକୁ ଘୁଞ୍ଚାଇ ଦିଆଯାଇଛି । ଏହି ପାର୍କର ସୋଲାର ପ୍ରୋବ ଯାନ ଏକ କାର ଆକାରର ଓ ଏହି ଯାନକୁ ଡେଲ୍ଟା-୪ ରକେଟ ସାହାଯ୍ୟରେ ପ୍ରେରଣ କରାଯିବ । ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସୂର୍ଯ୍ୟର ପ୍ରଭାମଣ୍ଡଳର ରହସ୍ୟ ଭେଦ କରିବା ସହ ସୌର ବାୟୁମଣ୍ଢଳ ଉପରେ ଅଧିକ ଗବେଷଣା କରିବା ।

ସୂର୍ଯ୍ୟ ପୃଷ୍ଠର ତାପମାତ୍ରାଠାରୁ ୩୦୦ ଗୁଣ ଅଧିକ ଉତ୍ତପ୍ତ ହେଉଛି ସୌର ପ୍ରଭାମଣ୍ଡଳ ବା କୋରୋନା । ନାସା ପ୍ରେରଣ କରୁଥିବା ଏହି ପାର୍କର ସୋଲାର ପ୍ରୋବ ଯାନଟି ଏହି ସବୁ ଦିଗରେ ଅଧିକ ଗବେଷଣା କରିବ ବୋଲି ଆଶା ରଖିଛନ୍ତି ବିଜ୍ଞାନୀ । ଅନ୍ୟପଟେ ଏତେ ପରିମାଣର ତାପକୁ ରୋକିବା ପାଇଁ ସ୍ୱତନ୍ତ୍ର ପ୍ରକାର ତାପରୋଧୀ ଖୋଳପା ଏହି ଯାନ ଉପରେ ରହିଛି । ଏହାର ମୋଟେଇ ପ୍ରାୟ ୪.୫ ଇଞ୍ଚ ରହିଛି। ସବୁ ଠିକ ଭାବେ କାମ କଲେ ଯାନ ଭିତରର ତାପମାତ୍ରା ୨୯ ଡିଗ୍ରି ସେଲସିଅସ ଥିବା ବେଳେ ଏହା ବାହାରର ଲକ୍ଷ ଲକ୍ଷ ଡିଗ୍ରୀ ସେଲସିଅସ୍ ତାପମାତ୍ରାକୁ ମଧ୍ୟ ସହ୍ୟ କରିପାରିବ ।

 

ସମ୍ବନ୍ଧିତ ଖବର