ପୁଲଓ୍ବାମା ଆକ୍ରମଣକୁ ଦେଶ ଭୁଲିବ ନାହିଁ, କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ : ଦୋଭାଲ

ଗୁରୁଗାଁଓ : ପୁଲଓ୍ବାମାରେ ଗତ ଫେବ୍ରୁଆରୀ ୧୪ରେ ସିଆରପିଏଫ ଉପରେ ହୋଇଥିବା ଆକ୍ରମଣକୁ ଦେଶ କେବେହେଲେ ଭୁଲିବ ନାହିଁ । ଏହି ଆକ୍ରମଣ ଘଟାଇଥିବା ଓ ସେମାନଙ୍କୁ ସହାୟତା କରିଥିବା ଲୋକମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆତଙ୍କବାଦ ବିରୋଧରେ ଆବଶ୍ୟକତା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କ୍ଷମତା ଭାରତ ସରକାର ରଖୁଛନ୍ତି ବୋଲି କହିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ । ସିଆରପିଏଫର ୪୦ ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସେ ଏକଥା କହିଛନ୍ତି । ଦେଶର ନେତୃତ୍ବ ଏସବୁ ଆକ୍ରମଣକୁ ଦମନ କରିବା ପାଇଁ ଆବଶ୍ୟକ ସାହସ ଓ ଦକ୍ଷତା ରଖନ୍ତି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ଫେବ୍ରୁଆରୀ ୧୪ରେ ଜାମ୍ମୁ ଓ କାଶ୍ମୀରର ପୁଲଓ୍ବାମାରେ ଯାଉଥିବା ସିଆରପିଏଫର ଏକ ଗାଡ଼ି ଉପରେ ଆତ୍ମଘାତି ବୋମା ବିସ୍ଫୋରଣ ହେବାରୁ ପ୍ରାୟ ୪୦ ଯବାନ ସହିଦ ବୋଇଥିଲେ । ଏହାର ଜବାବବରେ ଭାରତ ଗତ ଫେବ୍ରୁଆରୀ ୨୬ରେ ପାକିସ୍ତାନର ବାଲାକୋଟରେ ଥିବା ଜୈସ କ୍ୟାମ୍ପ ଉପରେ ବିମାନ ଆକ୍ରମଣ କରିଥିଲା । ଡୋଭାଲ ଏହି ଯୋଜନାର ପରକଳ୍ପନା କରି

ସମ୍ବନ୍ଧିତ ଖବର