ଦେଶବ୍ୟାପୀ ମଦ ନିଷିଦ୍ଧ କରିବାକୁ ନୀତୀଶଙ୍କ ଦାବି

ପାଟନା: ଦେଶବ୍ୟାପୀ ମଦ କାରବାର ସଂପୂର୍ଣ୍ଣ ନିଷିଦ୍ଧ କରିବାକୁ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସଭାପତି ନୀତୀଶ କୁମାର ଦାବି କରିଛନ୍ତି। ଏ ବାବଦରେ ଦଳୀୟ କର୍ମୀମାନେ ଦେଶବ୍ୟାପୀ ସଚେତନତା ସୃଷ୍ଟି କରବାକୁ ନୀତୀଶ ଆହ୍ଵାନ ଦେଇଛନ୍ତି। ମଦ୍ୟପାନ ଯୋଗୁଁ ଏହାର ଅନେକ କୁପରିଣାମ ସମାଜ ଉପରେ ପଡ଼ୁଛି। ମଦ୍ୟାପାନ ପାଇଁ ହିଂସା, ଦୁଷ୍କର୍ମ, ଡକାୟତି ଓ ଦୁର୍ଘଟଣା ବଢ଼ିବାରେ ଲାଗିଛି ଏବଂ ସାମାଜିକ ଶାନ୍ତି ନଷ୍ଟ ହେଉଛି ବୋଲି ନିତିଶ କହିଛନ୍ତି। କଂଗ୍ରେସ ଏବଂ ବାମଦଳମାନେ ଦେଶବ୍ୟାପୀ ମଦ ନିଷିଦ୍ଧ କରିବା ଦାବିକୁ କାହିଁକି ସମର୍ଥନ କରୁନାହାନ୍ତି ବୋଲି ନୀତୀଶ ପ୍ରଶ୍ନ କରିଛନ୍ତି। ବିହାର ଭଳି ରାଜ୍ୟ ମଦ ବନ୍ଦ କରି ଉଦାହରଣ ସୃଷ୍ଟି କରିଥିବା ବେଳେ ଏହା ପୂରା ଦେଶରେ କାହିଁକି ଲାଗୁ ହେବନାହିଁ ବୋଲି ନୀତୀଶ ପ୍ରଶ୍ନ କରିଛନ୍ତି। ଦେଶରେ ମଦ ନିଷିଦ୍ଧ କରିବା ପାଇଁ ସବୁ ଧର୍ମର ଲୋକେ ଏକଜୁଟ ହେବାକୁ ନୀତୀଶ କହିଛନ୍ତି। ସୂଚନାଯୋଗ୍ୟ ଏପ୍ରିଲ ୨୦୧୬ରୁ ବିହାରରେ ମଦ ବିକ୍ରି ନିଷିଦ୍ଧ କରାଯାଇଛି।

ସମ୍ବନ୍ଧିତ ଖବର