ସର୍ବଭାରତୀୟ ପରୀକ୍ଷାରେ ଆଧାର ବାଧ୍ୟତାମୂଳକ ହେବନାହିଁ: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ:  ସର୍ବଭାରତୀୟ ପରୀକ୍ଷାଗୁଡ଼ିକରେ ଆଧାର ନମ୍ବର ଦେବା ପରୀକ୍ଷାର୍ଥୀଙ୍କ ପାଇଁ ବାଧ୍ୟତାମୂଳକ ହେବନାହିଁ ବୋଲି ଆଜି ସୁପ୍ରିମ୍‌ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସମ୍ବିଧାନ ବେଞ୍ଚ ଏ ବାବଦରେ  ସିବିଆଇକୁ ନିର୍ଦ୍ଦେଶ ଦେବା ସହ ତୁରନ୍ତ ଏହି ତଥ୍ୟ େଓ୍ଵବ୍‌୍‌ସାଇଟ୍‌ରେ ସ୍ଥାନିତ କରିବାକୁ କହିଛନ୍ତି। ଆଜି ୟୁଆଇଡିଏଆଇ ପକ୍ଷରୁ ମଧ୍ୟ ସୁପ୍ରିମ୍‌ କୋର୍ଟରେ କୁହାଯାଇଥିଲା ଯେ ନିଟ୍‌୍‌ ଭଳି ସର୍ବଭାରତୀୟ ପରୀକ୍ଷାରେ ଆଧାର ନମ୍ବରକୁ ବାଧ୍ୟତାମୂଳକ କରିବା ପାଇଁ ସିବିଏସ୍‌ଇକୁ କୌଣସି ଅଧିକାର ଦିଆଯାଇନାହିଁ। ପ୍ରବେଶିକା ପରୀକ୍ଷାଗୁଡ଼ିକ ପାଇଁ ଭୋଟର କାର୍ଡ, ପାସ୍‌ପୋର୍ଟ ଏବଂ ରେସନ କାର୍ଡ ଭଳି ପରିଚୟପତ୍ର ମଧ୍ୟ ଗ୍ରହଣୀୟ ଏବଂ ଏ ବାବଦରେ ସିବିଏସ୍‌ଇ ଯଥୋଚିତ ପଦକ୍ଷେପ ନେବ ବୋଲି ଏଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ କହିଛନ୍ତି।  ଏନ୍‌ଇଇଟି-୨୦୧୮ ପରୀକ୍ଷା ପାଇଁ ଆବେଦନ ବେଳେ ଆଧାର ନମ୍ବରକୁ ବାଧ୍ୟତାମୂଳକ କରିବା ପାଇଁ ସିବିଏସ୍‌ଇର ନିଷ୍ପତ୍ତିକୁ ସୁପ୍ରିମ୍‌ କୋର୍ଟରେ ଚ୍ୟାଲେଂଜ କରାଯାଇଥିଲା।

ସମ୍ବନ୍ଧିତ ଖବର