ନ୍ୟାସନାଲ ହେରାଲ୍‌ଡ ମାମଲା:ସୋନିଆ-ରାହୁଲଙ୍କ ଆବେଦନ ଖାରଜ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ତାଙ୍କ ମା’ ତଥା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଆଜି ନ୍ୟାସନାଲ ହେରାଲ୍‌ଡ ମାମଲାରେ ଦିଲ୍ଲୀ ହାଇକୋର୍ଟରୁ ଝଟ୍‌୍‌କା ମିଳିଛି। ୨୦୧୧-୧୨ ଆର୍ଥିକ ବର୍ଷର ଆୟ କର ପୁନଃ ଆକଳନ ପାଇଁ ଆୟକର ବିଭାଗ ପକ୍ଷରୁ ଦିଆଯାଇଥିବା ନୋଟିସ୍‌୍‌କୁ ଚ୍ୟାଲେଂଜ କରି ରାହୁଲ-ସୋନିଆ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଦିଲ୍ଲୀ ହାଇକୋର୍ଟ ଶୁଣାଣିରେ କହିଛନ୍ତି ଯେ କର ମାମଲାର ଫାଇଲ୍‌ ପୁନଃ ଖୋଲିବା କ୍ଷମତା ଆୟକର ବିଭାଗର ରହିଛି ଏବଂ ଏଥିରେ କୋର୍ଟ ହସ୍ତକ୍ଷେପ କରିବେ ନାହିଁ। ଆବେଦନକାରୀମାନେ ଆୟକର ବିଭାଗକୁ ସେମାନଙ୍କ ଅଭିଯୋଗ ଜଣାଇବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି। ଆୟକର ବିଭାଗ ଉଦ୍ଦେଶ୍ୟମୂଳକ ଭାବେ ୨୦୧୧-୧୨ ଆର୍ଥିକ ବର୍ଷର ଫାଇଲ୍‌ ପୁନଃ ଆକଳନ କରିବାକୁ ଚାହୁଛି ବୋଲି ସୋନିଆ ତାଙ୍କ ଆବେଦନରେ ଦର୍ଶାଇଥିଲେ। କିନ୍ତୁ କୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରିନାହାନ୍ତି। ଏହି ଆବେଦନ ସଂକ୍ରାନ୍ତରେ ଗଣମାଧ୍ୟମରେ ଖବର ପ୍ରସାରଣ ଉପରେ ମଧ୍ୟ କେତେକ କଟକଣା ଲାଗୁ କରିବା ପାଇଁ ରାହୁଲ ଗାନ୍ଧୀଙ୍କ ଆବେଦନକୁ କୋର୍ଟ ପୂର୍ବରୁ ଗ୍ରହଣ କରିନଥିଲେ।
୨୦୧୦ ମସିହାରୁ ରାହୁଲ ଗାନ୍ଧୀ ୟଙ୍ଗ୍‌ ଇଣ୍ଡିଆ କମ୍ପାନିର ନିର୍ଦ୍ଦେଶକ ଥିଲେ ବୋଲି କୌଣସି ତଥ୍ୟ ଦେଇନଥିଲେ, ତେଣୁ ଆୟକର ବିଭାଗ ଏହି ମାମଲାର ପୁନଃ ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛି। ଆୟକର ବିଭାଗର ତଥ୍ୟ ମୁତାବକ ୟଙ୍ଗ ଇଣ୍ଡିଆରେ ରାହୁଲଙ୍କ ଯାହା ଅଂଶ ରହିଛି ତାହା ତାଙ୍କର ଆୟକୁ ୧୫୪ କୋଟି ବୋଲି ଦର୍ଶାଉଛି। କିନ୍ତୁ କର ପୈଠ କଲାବେଳେ ୬୮ ଲକ୍ଷ ଟଙ୍କା ଦର୍ଶାଯାଇଥିଲା।

ସମ୍ବନ୍ଧିତ ଖବର