ମଞ୍ଚ ଉପରେ ଅଚାନକ ବେହୋସ ହୋଇ ଗଲେ କେନ୍ଦ୍ରମନ୍ତ୍ରୀ ନିତିନ୍ ଗଡ଼କରି; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରିଙ୍କ ସ୍ୱାସ୍ଥାବସ୍ଥା ଅଚାନକ ବିଗିଡ଼ି ଯାଇଛି। ସେ ମହାରାଷ୍ଟ୍ରର ଅହମ୍ମଦାନଗରର ଏକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାକୁ ଯାଇ ପହଞ୍ଚିଥିଲେ। ସେଠାରେ ପହଞ୍ଚି ମଞ୍ଚ ଉପରକୁ ଯିବା ପରେ ଗଡ଼କରି ହଠାତ ମଞ୍ଚରେ ହିଁ ବେହୋସ ହୋଇ ପଡ଼ିଥିଲେ। ତାଙ୍କ ସହ ରାଜ୍ୟର ରାଜ୍ୟପାଳ ବିଦ୍ୟାସାଗର ରାଓ ବି ଉକ୍ତ ମଞ୍ଚ ଉପରେ ଉପସ୍ଥିତ ଥିଲେ। ତା’ପରେ ଗଡ଼କରିଙ୍କୁ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏବେ ସେ ସାମାନ୍ୟ ସୁସ୍ଥ ହେବା ପରେ ଟୁଇଟ୍‌ କରି ଜଣାଇଛନ୍ତି ଯେ ତାଙ୍କ ଶରୀରରେ ଶର୍କରା ସ୍ତର କମିଯିବା ହେତୁ ଏପରି ଘଟିଥିଲା।


ସୂଚନା ରହିଛି ଯେ ଗଡ଼କରି କିଛି ବର୍ଷ ପୂର୍ବେ ତାଙ୍କର ଓଜନ କମାଇବା ପାଇଁ ଅସ୍ତ୍ରୋପଚାର କରାଇଥିଲେ। ଗଡ଼କରି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ହେବା ସହ ତାଙ୍କ ଉପରେ ଗଙ୍ଗା ସଫେଇ ଦାୟିତ୍ୱ ମଧ୍ୟ ରହିଛି। ଗଡ଼କରି ବିଜେପିର ଅଧ୍ୟକ୍ଷ ବି ହୋଇ ସାରିଛନ୍ତି। ବର୍ତ୍ତମାନ ସେ ନାଗପୁରର ସାଂସଦ ଅଛନ୍ତି।

 

ସମ୍ବନ୍ଧିତ ଖବର